ପାଟଣାଗଡ଼ ଥାନା ସାଲେପାଲି ଗ୍ରାମରେ ଗତ ୧୪ ତାରିଖ ଦିନ କଲ୍ଲାମାଲ ଗ୍ରାମର ପୂର୍ଣ୍ଣଚନ୍ଦ୍ର କୁମ୍ଭାର (୪୫) ନିଜ ଘରକୁ ଫେରୁଥିବା ସମୟରେ ସାଲେପାଲି ଓ କର୍ଲାମାଲ ମଧ୍ୟରେ ଛକି ରହିଥିବା କିଛି ଜୁବକ ପୂର୍ଣ୍ଣ ଚନ୍ଦ୍ର କୁ ଆକ୍ରମଣ କରି ତାଙ୍କ ଠାରୁ ଏକ ମୋବାଇଲ ଫୋନ ସହ ୫ହଜାର ରୁ ଉର୍ଦ୍ଧ ଟଙ୍କା ଛଡାଇ ନେଇଯାଇଥିଲେ ବୋଲି ପାଟଣାଗଡ଼ ଥାନାରେ ଏକ ଅଭିଯୋଗ କରିଥିଲେ ! ଅଭିଯୋଗ ଗ୍ରହଣ କରି ପାଟଣାଗଡ଼ ପୋଲିସ ଲୁଟ ଘଟଣାର ତଦନ୍ତ ଆରମ୍ଭ କରି ୨୪ ଘଣ୍ଟା ମଧ୍ୟରେ ଘଟଣାର ପର୍ଦାଫାସ କରିଛି ! ଏଇ ଘଟଣାରେ ସଂପୃକ୍ତ ସାତ ଜଣ ଯୁବକକୁ ଥାନାକୁ ଆଣି ଅଧିକ ପଚରା ଉଚୁରା କରି ଯାଣିବାକୁ ପାଇଲା ଜେ ଯୁବକ ମାନେ ଉକ୍ତ ଘଟଣାରେ ସଂପୃକ୍ତଥିବା ସ୍ୱିକାର କରିଥିଲେ ! ପରେ ଯୁବକ ମାନଙ୍କୁ ଗିରଫ କରିଛି ପାଟଣାଗଡ଼ ପୋଲିସ ! ଯୁବକ ମାନେ ହେଲେ ପାଟଣାଗଡ଼ ବଡ଼ପଡ଼ା ର ସୁନୀଲ ମେହେର (୨୦), ରୋହିତ ବାଗ(୧୯)ଲରମ୍ଭା ଥାନା ଘସିଏନ ଗାଁର ସରୋଜ ନାଗ (୧୯) ,ସାହିଲ କୁମ୍ଭାର (୧୯), ଚିଣ୍ଟୁ କୁମ୍ଭାର (୧୯), ରୋହିତ କୁମ୍ଭାର (୨୩) ପାଟଣାଗଡ଼ ରାମପାଲି ର ଅଜୁ କୁମ୍ଭାର (୧୬) ଲରମ୍ଭା ଥାନା ଗଣାମେଲ ଗାଁର ସୁନିଲ ସୁନା (୨୧)ସେମାନଙ୍କ ଠାରୁ ଜଗତ ୧୨୦୦ ଟଙ୍କା ଏକ ଛୁରି ଓ ଭୁଜାଲୀ ଜବତ କରିଛି ପାଟଣାଗଡ଼ ପୋଲିସ ଆସାମି ମାନଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରି ସେମାନଙ୍କୁ କୋଟ ଚାଲାଣ କରାଯାଇଛି ବୋଲି ସୂଚନା ଦେଇଛନ୍ତି ପାଟଣାଗଡ଼ SDPO ସଦାନନ୍ଦ ପୂଝାରୀ
