ହାତୀ ନଷ୍ଟ କଲା ଚାଷୀର ସୁନାର ଫସଲ

ହାତୀ ନଷ୍ଟ କଲା ଚାଷୀର ସୁନାର ଫସଲ

Share with people

ଆସିଲେ ଯାହା ପାଇଲେ ଖାଇଲେ ଶେଷରେ ସୁନାର ଫସଲ ଦଳି ଚକଡି ସବୁ ଉଜାଡି ଚାଲିଗଲେ ଜଙ୍ଗଲୀ ହାତୀ

ଦେଖେଣାହାରି ସାଜିଛି ବନବିଭାଗ

କଟକ ଜିଲ୍ଲା ବାଙ୍କୀ ପାଥପୁର ଅଂଚଳରେ ନାହିଁ ଜଙ୍ଗଲୀ ହାତୀ ଙ୍କୁ ଲଗାମ. ଚିନ୍ତାରେ ଚାଷୀ.ଏବେବି ହାତୀ ଯାଇ ନାହାଁନ୍ତି ଜଙ୍ଗଲ ମଧ୍ୟକୁ. ବୁଲୁଛନ୍ତି ଜନବସତି ଅଂଚଳ ରେ. ଏମାନଙ୍କ ମଧ୍ୟ ରେ ରହିଛନ୍ତି ଗୋଟିଏ ଦନ୍ତା ଆଉ ଗୋଟିଏ ମାଇ ଯାହାର ଏକ୍ସସକ୍ଲୁସିଭ ଭିଜୁଆଲ ଆମ ହାତରେ ହୋଇଛି କଏଦ. ଏଠାକାର ଚାଷୀ ଙ୍କ ଅଭିଯୋଗ ବନବିଭାଗ କୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି ସହଯୋଗ କରିନଥିଲେ. ଯାହାର ଫଳ ସ୍ୱରୂପ ଫାର୍ମ ର ମୁଖ୍ୟ ଗେଟ ଅନ୍ୟପଟେ ପଛ ପାର୍ଶ୍ଵ ପାଚେରୀ କୁ ଭାଙ୍ଗି ଉଜାଡି ଦେଇଛି ଚାଷୀ ର ଧାନ କିଆରୀ. ଏ ବର୍ଷର ଚାଷ କ୍ଷତ୍ରର ସମସ୍ତ ରୁଆ ବଛା, ସାର ପିଡ଼ିଆ ପଡ଼ିସରି ଭଲ ଧାନ ଫସଲ ହବ ବୋଲି ଆଶା ରଖିଥିଲା ଚାଷୀ କିନ୍ତୁ ସବୁ ଉଜାଡି ଦେଲା ସୁନାର ଫସଲ କୁ ଜଙ୍ଗଲି ହାତୀ।ସବୁ ନଷ୍ଟ ପାଇଁ ବନବିଭାଗ କୁ ଦାଈ କରିଛନ୍ତି ଚାଷୀ. ତୁରନ୍ତ ଚାଷୀ ଓ ଚାଷ ର ସୁରକ୍ଷା ପାଇଁ ଦାବି କରିଛନ୍ତି ସ୍ଥାନୀୟ ଅଞ୍ଚଳର ଚାଷୀ.


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *