
ହାତୀ ଆକ୍ରମଣରେ ବୃଦ୍ଧ ମୃତ । ଘଟଣା ଘଟିଛି ଦେବଗଡ ବନଖଣ୍ଡ ରିଆମାଳ ରେଞ୍ଜ ଅନ୍ତର୍ଗତ କୋରଡପସି ଗ୍ରାମ ରେ। ଜଙ୍ଗଲ କୁ ଶୌଚ ହେବାପାଇଁ ଓ ଜାଳ କାଠ ସଂଗ୍ରହ ପାଇଁ ଯାଇଥିବା ବେଳେ ବୃଦ୍ଧଙ୍କୁ ଦଳିଦେଲା ହାତୀ। ବହୁ ସମୟ ଧରି ସେ ଘରକୁ ନଫେରିବାରୁ ଖୋଜାଖୋଜି କଲାପରେ ଗ୍ରାମ ନିକଟସ୍ଥ ଜଙ୍ଗଲରେ ତାଙ୍କ ରକ୍ତାକ୍ତ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା । ଘଟଣାସ୍ଥଳରେ ବୃଦ୍ଧ କୁହ୍ଲ ନାଏକ (୬୧) ମୃତ । ଘଟଣାସ୍ଥଳରେ ଉତ୍ତେଜନା ଦେଖା ଦେଇଥିବା ବେଳେ ବନବିଭାଗ କର୍ମଚାରୀ ଉତ୍ୟକ୍ତ ଗ୍ରାମବାସୀ ଙ୍କୁ ବୁଝାସୁଝା କରୁଛନ୍ତି। ରିଆମାଳ ବ୍ଳକ ଅଧ୍ୟକ୍ଷ ମଧୁସୂଦନ ପ୍ରଧାନ ଘଟଣାସ୍ଥଳ ରେ ପହଞ୍ଚିଛନ୍ତି।
