ମହାମାରୀ କରୋନା ଛଡେଇ ନେଇଥିଲା ଗୋଟିଏ ପରିବାର ର ସ୍ବାମୀ ପାଖରୁ ସ୍ତ୍ରୀ କୁ ପୁଅ ଓ ଝିଅ ପାଖରୁ ମା କୁ I ଏଠାରେ ଆମେ କହୁଛୁ ବ୍ରହ୍ମପୁର ସହରର ଏକ ପରିବାରର କଥା I ୭ କଳସ ୮ ଦୀପ କୁ ସାକ୍ଷୀ ରଖୀ ପ୍ରଶାନ୍ତ ଧରିଥିଲେ କିରଣ ମାଳା ଙ୍କ ହାତ…. ପୁଅ ଓ ଝିଅ ଙ୍କ ସହିତ ବେସ୍ ହସଖୁସିରେ ଅତିବାହିତ ହୋଇ ଚାଲିଥିଲା ପ୍ରଶାନ୍ତଙ୍କ ତେଲ ଲୁଣର ସଂସାର….. ହଟାତ ମହାମାରି କରୋନା ବିଶ୍ଵ ବଳୟ ଭିତରକୁ ପଶିଆସି ରଚିଥିଲା ତାଣ୍ଡବ ହଜାର ହଜାର ନିରୀହ ଲୋକ ଅକାଳରେ ଝଡି ପଡିଥିବା ବେଳେ ସେଥିରୁ ବାଦ ପଡ଼ିନଥିଲେ କିରଣ ମାଳା…… ସ୍ଵାମୀ,ପୁଅ , ଝିଅ, ଓ ପରିବାର କୁ ଛାଡ଼ି ଚାଲିଯାଇଥିଲେ ଆରପାରିକୁ…… ଦୁଃଖରେ ଭାଙ୍ଗିପଡିଥିଲେ ପୁରା ପରିବାର …..ମା ଛେଉଣ୍ଡ ହୋଇଯାଇଥିଲେ ପୁଅ ଓ ଝିଅ ……ସ୍ତ୍ରୀ କୁ ହରାଇ ଦୁଃଖରେ ଭାଙ୍ଗିପଡିଥିଲେ ସ୍ଵାମୀ……. ଏପରି ଦାରୁଣ ପରିସ୍ଥିତି ପରେ ପୁଅ ଝିଅ ଙ୍କ ଅନୁରୋଧ କ୍ରମେ ସ୍ତ୍ରୀ ଙ୍କ ସ୍ମୃତି କୁ ଉଦ୍ ଜିବିତ କରି ରଖିବା ପାଇଁ ପ୍ରଶାନ୍ତ ନିର୍ମାଣ କରିଛନ୍ତି କିରଣ ମାଳା ଙ୍କ ଅବିକଳ ପ୍ରତିମୂର୍ତ୍ତୀ ! ସୁଦୂର ବାଙ୍ଗାଲୋରରେ କୁଶଳୀ କାରିଗରଙ୍କ ଦ୍ୱାରା ନିର୍ମାଣ କରିଛନ୍ତି ପତ୍ନୀ କିରଣ ମାଳା ଙ୍କ ସିଲିକନ୍ ପ୍ରତିମୂର୍ତ୍ତି … ଯାହାକୁ ନିଜର ଘରେ ସୋଫାସେଟ୍ ରେ ବସାଇ କିରଣ ମାଳା ଙ୍କ ଉପସ୍ଥିତି ଅନୁଭବ କରୁଛନ୍ତି ପରିବାର ଲୋକେ…..ଜୀବନ୍ତ ଭଳି ଲାଗୁଥିବା ମା ଙ୍କ ପ୍ରତିମୂର୍ତ୍ତି କୁ ପାଇ ପୁଅ ଝିଅ ଅତ୍ୟନ୍ତ ଖୁସି ହେବା ସହିତ ମା ଙ୍କ ଉପସ୍ଥିତି ଅନୁଭବ କରୁଛନ୍ତି … ଦେଢ଼ ବର୍ଷ ସମୟ ସୀମା ସହ ୮ ଲକ୍ଷ ଟଙ୍କା ବ୍ୟୟରେ ନିଜ ସ୍ତ୍ରୀ ଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରି କିରଣ ମାଳା ଙ୍କୁ ଭଲ ପାଇବାର ଶୀର୍ଷକ ଓ ଶ୍ରେଷ୍ଠ ଉଦାହରଣ ଦେଇଛନ୍ତି ପ୍ରଶାନ୍ତ I

ଘରେ ସ୍ତ୍ରୀ ଙ୍କ ପ୍ରତିମୂର୍ତ୍ତି ସାମ୍ନା ରେ ଛିଡା ହୋଇ କୋହ ଭରା କଣ୍ଠ ରେ ପ୍ରଶାନ୍ତ ସବୁ ଦୁଃଖ ଭୁଲି ଯିବି ତମକୁ ଚାହିଁ….. ଏହିପରି ଏକ ଭିନ୍ନ ଭଲ ପାଇବା ଦୁନିଆଁ କୁ ଉଦାହରଣ ଦେଇ ଚର୍ଚ୍ଚା କୁ ଆସିଛନ୍ତି ପ୍ରସାନ୍ତଙ୍କ ପରିବାର I

