ସରିଛି ରାଜ୍ୟପାଳ ହରି ବାବୁ କମ୍ଭବପତିଙ୍କ ୪ଦିନିଆ କୋରାପୁଟ ଓ ମାଲକାନଗିରି ଗସ୍ତ
ରାଜ୍ୟପାଳଙ୍କ ୪ଦିନିଆ କୋରାପୁଟ ଓ ମାଳକାନଗିରି ଗସ୍ତ
ସରିଛି ରାଜ୍ୟପାଳ ହରି ବାବୁ କମ୍ଭବପତିଙ୍କ ୪ଦିନିଆ କୋରାପୁଟ ଓ ମାଲକାନଗିରି ଗସ୍ତ |ଏହି ଅବସରରେ କୋରାପୁଟ ସଦଭାବନା ସଭାଗୃହରେ ଦୁଇ ଜିଲ୍ଲାର ସମସ୍ତ ବିଭାଗର ଅଧିକାରୀଙ୍କ ସହ ବୈଠକ କଲେ ରାଜ୍ୟପାଳ । ପରେ ଗଣମାଧ୍ୟମ ସେ କହିଥିଲେ — ଏହି ଦୁଇଟି ଜିଲ୍ଲାରେ ବିକାଶ ଓ ପରିବର୍ତ୍ତନର ଅନେକ ପଦକ୍ଷେପ ଦେଖି ତାଙ୍କୁ ବହୁତ ସନ୍ତୋଷ ଲାଗିଛି। କୋରାପୁଟ ଓ ମାଳକାନଗିରିରେ ବହୁତ ସଂଖ୍ୟକ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବସବାସ କରୁଥିବାରୁ, ଏହି ଦୁଇଟି ଆକାଂକ୍ଷା ଜିଲ୍ଲା ଭାବେ ରାଜ୍ୟରେ ବିଶେଷ ସ୍ଥାନ ରହିଛି।

ଏବଂ ତାଙ୍କ ଗସ୍ତ ର ଉଦ୍ଦେଶ୍ୟ ହେଲା — କେଉଁସବୁ ବିକାଶମୂଳକ କାର୍ଯ୍ୟ ହେଉଛି, ଭାରତ ସରକାରଙ୍କ ସୁରକ୍ଷା ଯୋଜନା, ସମାଜ କଳ୍ୟାଣ କାର୍ଯ୍ୟକ୍ରମ ଓ ଓଡ଼ିଶା ସରକାରଙ୍କ ପ୍ରକଳ୍ପ କିପରି କାର୍ଯ୍ୟାନ୍ବିତ ହେଉଛି, ସେଥିପାଇଁ ସ୍ୱୟଂ ନିଜେ ବୁଲିକି ଦେଖିଥିଲେ । ପ୍ରଶାସନ ସକ୍ରିୟ ଭାବରେ ଲୋକମାନଙ୍କ ମଙ୍ଗଳ ପାଇଁ ବିଭିନ୍ନ କାର୍ଯ୍ୟକ୍ରମକୁ କାର୍ଯ୍ୟାନ୍ବିତ କରୁଛନ୍ତି।

