‘ଦୁର୍ଗମ କିଆ ପଦରରୁ ଜିଲ୍ଲାପାଳଙ୍କୁ ସମସ୍ୟା କହିବାକୁ ଚାଲି ଚାଲି ଆସିଲେ ସ୍କୁଲ ଛାତ୍ରୀ’
କଳାହାଣ୍ଡି ଜିଲ୍ଲା ଉପାନ୍ତ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କିଆ ପଦର କସ୍ତୁରବା ଗାନ୍ଧି ଆବାସିକ ବିଦ୍ୟାଳୟ ରେ ରହୁଥିବା ଛାତ୍ରୀ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ତେଣୁ ସେହି ସ୍କୁଲର ପ୍ରାୟ ୧୦୦ରୁ ଅଧିକ ଛାତ୍ରୀ ସ୍କୁଲ୍ ର ସମସ୍ୟା ଜଣେଇ ବାକୁ କିଆ ପଦର ହଷ୍ଟେଲରୁ ଭବାନୀ ପାଟଣାରେ ଜିଲ୍ଲାପାଳଙ୍କୁ ଭେଟିବା ପାଇଁ ଚାଲି ଚାଲି ଆସୁଥିଲେ ସ୍କୁଲ ଛାତ୍ରୀ । ଯାହାକୁ ନେଇ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ଉପସ୍ଥିତ ରହି ବୁଝେଇବା ସତ୍ୱେ ନାହାନ୍ତି । କିଆ ପଦର ରୁ ୧୪କିଲୋମିଟର ଶଗଡ଼ା ଯାଏଁ ପହଞ୍ଚିବା ପରେ ସେଠାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବସ୍ ବ୍ୟବସ୍ଥା କରି ଡିଇଓ ଅଫିସ ଆଣିଥିଲେ ସେଠାରେ ଛାତ୍ରୀ ମାନଙ୍କୁ ଖାଇବା ବ୍ୟବସ୍ଥା କରାଯାଇଥିଲା । ଏହାପରେ ଜିଲାପାଳଙ୍କୁ ଭେଟିବାକୁ ଅଟକିଛନ୍ତି ।
