ଷ୍ଟଣ୍ଟ ସିନ୍‌ ଦେଖାଉଥିଲେ ଯୁବକ ; ପାଣିରେ ଭାସିଗଲା କାର

ଷ୍ଟଣ୍ଟ ସିନ୍‌ ଦେଖାଉଥିଲେ ଯୁବକ ; ପାଣିରେ ଭାସିଗଲା କାର

Share with people

ଦ୍ରୁତ ଗତିରେ ଯାଉଥିଲା କାର୍‌। ଆଉ ସେହି ଚଳନ୍ତା କାର୍‌ରେ ଷ୍ଟଣ୍ଟ ସିନ୍‌ ଦେଖାଉଥିଲେ ୫ ଯୁବକ । ଆଖି ପିଛୁଳାକେ ଏହାର ପରିଣାମ ହେଲା ଭୟଙ୍କର, ଯାହାକି ଉଛୁଳା କେନାଲରେ ପଶିଗଲା କାର୍‌ ।

କାର ଉଦ୍ଧାର ପରେ ୫ ଯୁବକ ଗିରଫ

ଚଳନ୍ତା କାରରେ ଷ୍ଟଣ୍ଟ ସିନ ଦେଖାଉଥିବା ସମୟରେ ରାସ୍ତାକଡ କେନାଲରେ କାର ଭାସି ଯିବାରୁ ସେଥିରେ ଥିବା ଯୁବକ ମାନେ ମଧ୍ୟ ପାଣିରେ ବୁଡି ଯାଇଥିବା ଦୃଶ୍ୟ ସୋସିଆଲ ମେଡିଆରେ ସାମ୍ନାକୁ ଆସିଛି I ପରେ ଉଛୁଳା କେନାଲରୁ ସମସ୍ତଙ୍କୁ ଉଦ୍ଧାର କରି ପୋଲିସ ବାନ୍ଧିନେଇଥିବା ଜଣାପଡିଛି I

ମିଳିଥିବା ସୂଚନା ଅନୁଯାୟୀ ଉତ୍ତରପ୍ରଦେଶର ଚନ୍ଦୋଲି ଅଞ୍ଚଳରେ ଏପରି ଏକ ଘଟଣା ଘଟିଛି। ତେବେ ପୋଲିସର ଯାଞ୍ଚ ସମୟରେ ଜଣାପଡ଼ିଛି ଯେ, ସମ୍ପୃକ୍ତ ୫ ଯୁବକ ଏକ ପାର୍ଟିରୁ ଫେରୁଥିଲେ। ଆଉ ସେମାନେ ରାସ୍ତାରେ ଦ୍ରୁତ ଗତିରେ ଗାଡ଼ି ଚଳାଉଥିବା ବେଳେ ଷ୍ଟଣ୍ଟ ସିନ୍‌ ଦେଖାଉଥିଲେ। ଫଳରେ ଅସାବଧାନତାବଶଃତ ଗାଡ଼ିଟି ଏକ କେନାଲକୁ ଖସି ପଡ଼ିଥିଲା। ଖବର ପାଇ ଅଗ୍ନିଶମ କର୍ମଚାରୀ ସ୍ଥାନୀୟ ଲୋକଙ୍କ ସହାୟତାରେ ବହୁ କଷ୍ଟରେ ଉଛୁଳା କେନାଲରୁ ୫ ଯୁବକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ।

ସେପଟେ ପୋଲିସ ଏହି ଘଟଣାର ତଦନ୍ତ କରି ସମ୍ପୃକ୍ତ ଯୁବକ ମାନଙ୍କୁ ଗିରଫ କରିବା ସହ କାରଟିକୁ ଜବତ କରିଛି I ପରେ ସମସ୍ତ ଯୁବକଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି I


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *