
BARIPADA -ମାତ୍ର ୩ ଘଣ୍ଟାରେ ଶିଶୁକୁ ଉଦ୍ଧାର କରିବା ସହ ମହିଳାଙ୍କୁ ଧରିଲା ପୋଲିସ। ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ବାରିପଦା ସହର ପି ଆର ଏମ ମେଡିକାଲ କଲେଜର ମାତୃତ୍ଵ ଓ ଶିଶୁ ସ୍ବାସ୍ଥ୍ୟ ବିଭାଗରେ। ୩ ଦିନ ତଳେ ଜଣେ ଗର୍ଭବତୀ ମହିଳା ବାରିପଦା ମୁଖ୍ୟ ଚିକିତ୍ସାଳୟରେ ଏକ ଶିଶୁପୁତ୍ରଙ୍କୁ ଜନ୍ମ ଦେଇଥିଲେ। ଆଜି ସକାଳୁ ଜଣେ ମହିଳା ତାଙ୍କୁ ତାଙ୍କ ସ୍ତ୍ରୀଙ୍କ ପ୍ରସବ ପାଇଁ ସରକାରୀ ସହାୟତା ଟଙ୍କା ମିଳିବ ବୋଲି ପ୍ରଲୋଭନ ଦେଇ ତାଙ୍କୁ ଏକ ଫଟୋ ଆଣିବା ପାଇଁ କହିଥିଲେ। ସ୍ତ୍ରୀ ଶୋଇ ପଡ଼ିଥିବା ବେଳେ ମହିଳା ଜଣକ ଏହାର ସୁଯୋଗ ନେଇ ୩ ଦିନର ଶିଶୁ ପୁତ୍ରକୁ ନେଇ ହସ୍ପିଟାଲ ରୁ ଚମ୍ପଟ ମାରିଥିଲେ। ଘଟଣା ସମ୍ପର୍କରେ ବାରିପଦା ଟାଉନ ଥାନାରେ ଏତଲା ଦେବା ପରେ ଥାନା ଅଧିକାରୀ କରୁଣାକର ରାଉତ ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ସିସିଟିଭି ଫୁଟେଜକୁ ଆଧାର କରି ମାତ୍ର ୩ ଘଣ୍ଟାରେ ପୋଲିସ ସେହି ମହିଳା ଛୁଆ ଚୋର କୁ ଧରିବାରେ ସକ୍ଷମ ହୋଇଥିଲେ। ମହିଳାଙ୍କୁ ଥାନାରେ ଅଟକ ରଖି ଘଟଣା ସମ୍ପର୍କରେ ପଚରା ଉଚୁରା କରୁଛି ପୋଲିସ |
