ମହୁମାଛି ଆକ୍ରମଣରେ ଗର୍ଭବତୀ ମହିଳାଙ୍କ ସହ ୩ବର୍ଷର ଶିଶୁ କନ୍ୟା ଗୁରୁତର

ମହୁମାଛି ଆକ୍ରମଣରେ ଗର୍ଭବତୀ ମହିଳାଙ୍କ ସହ ୩ବର୍ଷର ଶିଶୁ କନ୍ୟା ଗୁରୁତର

Share with people

ରାୟଗଡ଼ା: ମହୁମାଛି ଆକ୍ରମଣରେ ଗର୍ଭବତୀ ମହିଳାଙ୍କ ସହ ୩ବର୍ଷର ଶିଶୁ କନ୍ୟା ଗୁରୁତର ଚାଷ ଜମିରେ କାମକରୁଥିବା ଲୋକଙ୍କ ଦ୍ୱାରା ଉଦ୍ଧାର ଗୁରୁତର ଅବସ୍ଥାରେ ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି। ଏହିଭଳି ଅଭାବନୀୟ ଘଟଣା ଘଟିଛି ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ନାରାୟଣ ପୁର ପଞ୍ଚାୟତ ଦୂଲଦୁଲଗୁଡା ଗାଁ ନିକଟରେ। ଗର୍ଭବତୀ ମା ମଞ୍ଜୁଳା ହିଆଲ ଟା ତିନି ବର୍ଷ ର ଝିଅ ସହ ଦୂଲଦୁଲି ଗୁଡା ଛକ ନିକଟକୁ ଯାଉଥିବା ସମୟରେ ମହୁମାଛି ଆକ୍ରମଣ ର ଶିକାର ହୋଇଥିଲେ। ନିକଟସ୍ଥ ଚାଷଜମିରେ କାମ କରୁଥିବା କିଛି ଯୁବଙ୍କ ଦ୍ୱାରା ଉଦ୍ଧାର ହୋଇ ସେହି ରାସ୍ତା ଦେଇ ଆସୁଥିବା ବିଦ୍ୟୁତ ବିଭାଗର ଗାଡି ସାହାଯ୍ୟରେ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ହୋଇଥିଲେ। ଏ ନେଇ କାର୍ଯ୍ୟରତ ଡାକ୍ତରଙ୍କ ସହ ଯୋଗାଯୋଗ କରିବାରୁ ମହୁମାଛି ଆକ୍ରମାଣରେ ଗୁରୁତରରେ ଆସିଥିବା ଗର୍ବବତୀ ମହିଳାଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇଛି ଯେହେତୁ ସେ ଗର୍ଭବତୀ ଅଛନ୍ତି ଉତ୍ତମ ଚିକିତ୍ସା ପାଇଁ ତାଙ୍କୁ ରାୟଗଡା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ବୋଲି ସୂଚନା ମିଳିଛି ।

[ରିପୋର୍ଟ- ପ୍ରଫୁଲ୍ଲ କୁମାର ବେହେରା ]


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *