
BALANGIR -ବିଗତ ୨୯ ତାରିଖରେ ବେଲପଡ଼ା ଥାନା ସ୍ଥିତ କପାଣି ଛକ ଠାରେ ଏକ ସଡକ ଦୁର୍ଘଟଣା ହୋଇଥିଲା,ଏହି ଦୁର୍ଘଟଣାରେ ପାଟଣାଗଡ଼ ସହର ସ୍ଥିତ ବଡ଼ପଡ଼ାର ସୁରଜ୍ ତାଣ୍ଡି ଗୁରୁତର ହୋଇଥିବା ବେଳେ ତାକୁ ପ୍ରାଥମିକ ଚିକିତ୍ସା ପାଇଁ ପାଟଣାଗଡ଼କୁ ପଠା ଯାଇଥିଲା, ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବଲାଙ୍ଗିର , ବୁଲ୍ଲା ପରେ ରାଏପୁରରେ ଚିକିତ୍ସା କରାଯାଉଥିଲା | ପୂର୍ବରୁ ଏ ଦୁର୍ଘଟଣା ବିଷୟରେ ବେଲପଡ଼ା ଥାନା ରେ ଅଭିଯୋଗ କଳା ପରେ ମଧ୍ୟ କେହି ଶୁଣି ନ ଥିବା ଅଭିଯୋଗ ସାମ୍ନାକୁ ଆସିଛି । ତେବେ ମୃତ ପରିବାର ଅଧିକ ଖର୍ଚ୍ଚାନ୍ତ ହୋଇ ପୁଅକୁ ହରାଇ ଆଜି ଉକ୍ତ ବ୍ୟକ୍ତିଙ୍କ ମୃତ୍ୟୁର କ୍ଷତି ପୁରଣ ଦାବି ନେଇ ବେଳପଡ଼ା ଥାନା ଓ ଉପ ଜିଲ୍ଲାପାଳ ଘଟଣାର ତଦନ୍ତ ଦାବି ନେଇ ପାଟଣାଗଡ କଲେଜ ଛକରେ ମହିଳା ପୁରୁଷ ଏକ ହୋଇ ରାସ୍ତାରୋକ କରିଥିଲେ ।
