ରାଉରକେଲା ପୋଲିସକୁ ସଫଳତା

ରାଉରକେଲା ପୋଲିସକୁ ସଫଳତା

Share with people

ଆଜି ରାଉରକେଲା ପୋଲିସ ଜିଲ୍ଲା ବ୍ରାହ୍ମଣୀ ତରଙ୍ଗ ଥାନା ପୋଲିସ ଏକ ୭ ଜଣିଆ ଡକାୟତି ଦଳକୁ ଗିରଫ କରିଛି I ମିଳିଥିବା ଖବର ଅନୁଯାୟୀ ଅଭିଯୁକ୍ତ ମାନେ ଏକ ଡେଟିଂ ଆପ ଗ୍ରାଇଣ୍ଡର ମାଧ୍ୟମରେ ପ୍ରଥମେ ସମ୍ପର୍କ ସ୍ଥାପନ କରୁଥିଲେ ଓ ତାପରେ ସେମାନଙ୍କୁ ଦେଖା କରିବାପାଇଁ ଏକ ନିର୍ଦ୍ଦିଷ୍ଟ ନିଛାଟିଆ ସ୍ଥାନକୁ ଦେଖା କରିବାପାଇଁ ଡାକୁଥିଲେ। ସେଠାରେ ୫-୭ ଜଣ ଅଭିଯୁକ୍ତ ମିଶି ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଭୟଭୀତ କରି ସମସ୍ତ ପଇସା ସହ ତାଙ୍କର ଫୋନ ପେ ଓ ଗୁଗଲ ପେ ର ପାସୱାଡ ନେଇ ତାଙ୍କର ସମସ୍ତ ଗଚ୍ଛିତ ଟଙ୍କା ହଡ଼ପ କରୁଥିଲେ। ସେହି ଆପ ରେ ଅଭିଯୁକ୍ତମାନେ ନିଜର ମିଥ୍ୟା ପରିଚୟ ଦେଇ ଲୋକଙ୍କୁ ପ୍ରଲୋଭନ ଦେଖାଉଥିଲେ ଓ ଲୋକଙ୍କୁ ନିଜ ଜାଲରେ ଫସାଉଥିଲେ। ଏହି ଅଭିଯୁକ୍ତମାନେ ପ୍ରାୟ ୧୦-୧୨ ଥର ଏହିପରି ଅପରାଧ ଘଟାଇଛନ୍ତି କିନ୍ତୁ ଆଜି ପର୍ଯ୍ୟନ୍ତ କେବଳ ୩ ଟି ମାମଲା ଥାନା ରେ ରୁଜୁ ହୋଇଛି ସେଥି ମଧ୍ୟରୁ ବ୍ରାହ୍ମଣୀ ତରଙ୍ଗ ଥାନାରେ ଗୋଟିଏ ୨୦,୦୦୦/- ଟଙ୍କାର ଓ ଅନ୍ୟ ଦୁଇଟି ରଘୁନାଥପାଲି ଥାନାର ଯଥାକ୍ରମେ ୨୫୦୦୦ ଓ ୮୦୦୦ ଟଙ୍କାର ମାମଲା ରୁଜୁ ହୋଇଛି। ଅଭିଯୁକ୍ତ ମାନଙ୍କ ଠାରୁ ୭ଟି ମୋବାଇଲ ଫୋନ ସହିତ ଗୋଟିଏ ମୋଟର ସାଇକେଲର ଓ ଗୋଟିଏ ସ୍କୁଟି ସହିତ ଏକ ଦେଶୀ ବନ୍ଧୁକ ଓ ୯୫୦୦ ଟଙ୍କା ଜବତ ହୋଇଛି। ଅନ୍ୟ ଏକ ଖବର ଅନୁଯାୟୀ ଗତ କାଲି ବିଶ୍ଵସ୍ତ ସୂତ୍ରରୁ ଖବର ପାଇ SP ଙ୍କ ନିର୍ଦ୍ଦେଶ କ୍ରମେ ଏକ ପୋଲିସ ଦଳ ଦେଓଗାଁ ମୁଣ୍ଡା ସେହି ଠାରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ରଘୁନାଥପାଲି ପୋଲିସ ଅତର୍କିତ ଚଢ଼ାଉ କରିଥିଲେ ଓ ସେଠାରେ ୧୩ ଯୁଆଡିଙ୍କ ସମେତ ୮ ଲକ୍ଷ୍ୟ ୬୫ ହଜାର ଟଙ୍କା ଜବତ କରିଥିଲେ। ଶେଷ ଖବର ଅନୁଯାୟୀ ୧୩ ଜଣ ଯୁଆଡିଙ୍କୁ ପୋଲିସ ଅଟକ ରଖିଛି ।

[ ରିପୋର୍ଟ- ସୁରଜିତ ନନ୍ଦଙ୍କ ]


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *