
SUBARNAPUR -: ମୁହଁରେ ସ୍ପ୍ରେ ମାରି ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ l ଅଭିଯୋଗ ଆଧାରରେ ଦୁଇ ଯୁବକଙ୍କୁ ଅଟକ ରଖିଛି | ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ଧର୍ମଶାଳା ଫାଣ୍ଡି ଅଞ୍ଚଳରେ ଘଟିଛି ଏହି ଅଘଟଣ l ହିକୁଡି ଗାଁ ନିକଟରେ ଥିବା ଟାଟା ମୋଟର୍ସର ଜଣେ ମହିଳା କର୍ମଚାରୀଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି l ଯୁବତୀ ଜଣକ ଗତକାଲି ସନ୍ଧ୍ୟାରେ କାମସାରି ଫେରୁଥିବା ସମୟରେ ଆଇଟିଆଇ ନିକଟରେ ତିନିଜଣ ମୁଖା ପିନ୍ଧା ଯୁବକ ଆସି ପ୍ରଥମେ ତାଙ୍କୁ ଟଣା ଓଟରା କରିବା ସହ ତାଙ୍କ ମୁହଁରେ ସ୍ପ୍ରେ କରିଦେଇଥିଲେ l ପରେ ତାଙ୍କୁ ଦୁଷ୍କର୍ମ କରିଥିବା ସେ ଅଭିଯୋଗ କରିଛନ୍ତି l ତେବେ ସେ ଯୁବକମାନଙ୍କୁ ଚିହ୍ନି ନଥିବା କହିଥିଲେବି ପୋଲିସ ଦୁଇଜଣ ଯୁବକକୁ ଅଟକ ରଖି ତଦନ୍ତ ଆରମ୍ଭ କରିଥିବା ବୀରମହାରାଜପୁର ଏସଡିପିଓ ସୂଚନା ଦେଇଛନ୍ତି l
