ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଆମ୍ବପଳାସ ଗାଁରେ ଯୁବକଙ୍କୁ ପଥରରେ ଛେଚି ନିର୍ମମ ହତ୍ୟା କରାଯାଇଛି। ମୃତ ଯୁବକ ଜଣଙ୍କ ଆମ୍ବପଳାସ ଗାଁର କାବୁନା ନାଏକ। କାବୁନା ଗତ କାଲି ରାତି ୯ଟାରେ ଘରୁ ବାହାରକୁ ଯାଇ ଆଉ ଫେରିନଥିଲେ। ତେବେ ଆଜି ସକାଳୁ ତାଙ୍କ ମୃତ ଦେହ ଘର ପାଖ ରାସ୍ତା କଡରେ ପଡ଼ିଥିବା ନେଇ ସ୍ଥାନୀୟ ଲୋକମାନେ ପରିବାର ଲୋକଙ୍କୁ ଖବର ଦେଇଥିଲେ। ତେବେ ତାଙ୍କୁ ଠେଙ୍ଗାରେ ପିଟିବା ସହିତ ମୁଣ୍ଡକୁ ଏକ ବଡ଼ ପଥରରେ ଛେଚି ହତ୍ୟା କରାଯାଇଥିବା ପାରିପାର୍ଶ୍ଵିକ ସ୍ଥିତିରୁ ଜଣା ପଡିଛି। ମାତ୍ର ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ସେପଟେ କିଏ ଏବଂ କାହିଁକି କାବୁନାକୁ ଏପରି ନିର୍ମମ ଭାବେ ହତ୍ୟା କରିଛି ତାହା ଜଣାପଡିନାହିଁ। ଘଟଣା ସ୍ଥଳରେ ପରଜଙ୍ଗ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଛି |

