ପୋଲିସ ଟାର୍ଗେଟରେ ମାଫିଆ। ସମସ୍ତଙ୍କୁ ଚକମା ଦେଇ ଗଳା ବାଟରେ ମୋରମ ଚୋରା ଚାଲାଣ କରି ଖସି ଯାଉଥିବା ମାଫିଆଙ୍କୁ ମାଡି ବସିଲା ପୋଲିସ। ୬ ମୋରମ ବୋଝେଇ ଟ୍ରାକ୍ଟର ଜବତ ସହିତ ୬ ଜଣ ଡ୍ରାଇଭର ଅଟକ। ଉଦଳା ଥାନା ପଥୁରିଆ ଅଞ୍ଚଳରେ ଚୋରା ମୋରମ ଖାଦାନରୁ ମୋରମ ଚାଲାଣ ହେଉଥିବା ଉଦଳା ପୋଲିସ ଖବର ପାଇଥିଲା। ଖବର ପାଇ ପୋଲିସ ଅନନ୍ତପୁର ଅଂଚଳରେ ଚଢ଼ାଉ କରିଥିବା ବେଳେ ମାଫିଆମାନେ ମୋରମ ନେଇ ଯାଉଥିବା ୬ ଗୋଟି ଟ୍ରାକ୍ଟର ପୋଲିସ ହାବୁଡ଼ରେରେ ପଡିଥିଲା। ଯାହାକି ପୋଲିସ ୬ ଗୋଟି ମୋରମ ବୋଝେଇ ଟ୍ରାକ୍ଟରକୁ ଜବତ କରିବା ସହିତ ସମସ୍ତ ଟ୍ରାକ୍ଟରର ଡ୍ରାଇଭରଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଛି ପୋଲିସ |

