ସର୍ପାଘାତରେ ମୃତ ଯୁବକଙ୍କୁ ଡାକ୍ତରଖାନାରେ ଝଡାଫୁଙ୍କା କଲା ଗୁଣିଆ।

ସର୍ପାଘାତରେ ମୃତ ଯୁବକଙ୍କୁ ଡାକ୍ତରଖାନାରେ ଝଡାଫୁଙ୍କା କଲା ଗୁଣିଆ।

Share with people

ମୟୂରଭଞ୍ଜ ଜିଲ୍ଲା ବେତନଟୀ ଉପକଣ୍ଠ ସଠିଲ ପଞ୍ଚାୟତ ଅଧୀନ ଗରୁଡବସା ଗ୍ରାମରେ ସର୍ପାଘାତରେ ଗୁରୁତର ଜୈନିକ ଯୁବକଙ୍କୁ ଶୁକ୍ରବାର ରାତିରେ ବେତନଟୀ ଡାକ୍ତରଖାନାରେ ମୃତ ଘୋଷଣା କରାଯାଇଥିବା ବେଳେ ଯୁବକ ଜଣକ ମରିଥିବାନେଇ ମାନିବାକୁ ନାରାଜ ପରିବାର ଲୋକେ | ଡାକ୍ତରଖାନାକୁ ଗୁଣିଆ ଡକାଇ ଝଡାଫୁଙ୍କା କରିଥିବା ଦୃଶ୍ଯ ଦେଖିବାକୁ ଲୋକଙ୍କ ଭିଡ ଜମିଥିଲା। ମୃତ ଯୁବକ ଜଣକ ହେଉଛନ୍ତି ଗରୁଡବସା ଗ୍ରାମର ସ୍ୱର୍ଗତ ଦାଖିନ ମୁର୍ମୁଙ୍କ ୨୬ ବର୍ଷିୟ ପୁଅ ଚନ୍ଦ୍ର ଓରଫ ମାନକା ମୁର୍ମୁ । ସୂଚନା ମୁତାବକ ମାନକ ଶୁକ୍ରବାର କାମରୁ ଫେରି ବେତନଟୀ ସାପ୍ତାହିକ ହାଟକୁ ଯାଇଥିବା ବେଳେ ସେଠାରୁ ପନିପରିବା ଓ ସୌଦାପତ୍ର ଧରି ଘରକୁ ଫେରିଥିଲେ ।ଘରେ ସଉଦା ରଖି ମାନକା ଗାଁ ଦୋକାନକୁ ରାତି ୮ଟା ପାଖାପାଖି ସମୟରେ କିଛି କିଣାକିଣି କରିବାକୁ ଯାଇଥିବା ବେଳେ ଅନ୍ଧାରରେ ବିଷଧର ସାପ ଡାହାଣ ଗୋଡରେ ଦଂଶନ କରିଥିଲା । ଏହାପରେ ମାନକା ଘରକୁ ଦଉଡିଯାଇ ତାଙ୍କୁ ସାପ କାମୁଡିଛି ଗୋଡରେ ବାନ୍ଧିବା ପାଇଁ ଗାମୁଛା ମାଗିବାପରେ ଚେତାଶୂନ୍ୟ ହୋଇ ତଳେ ପଡିଯାଇଥିଲେ।ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ନ ମିଳିବାରୁ ଅଟୋ ଯୋଗେ ଗୁରୁତ୍ତ୍ବର ମାନକାଙ୍କୁ ବେତନଟୀ ଡାକ୍ତରଖାନା ନେବାରେ ବିଳମ୍ବ ହୋଇଥିବା ବେଳେ ସେଠାରେ କାର୍ଯ୍ୟାରତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ତେଣୁ ମାନକାଙ୍କ ମୃତ୍ୟୁକୁ ପରିବାର ଲୋକେ ସହଜରେ ଗ୍ରହଣ କରିପାରିନଥିବା ବେଳେ ଡାକ୍ତରଖାନାକୁ ଗୁଣିଆ ଡକାଇ ଝଡାଫୁଙ୍କା କରିଥିଲେ।ଝଡାଫୁଙ୍କା ଦେଖିବାକୁ ଡାକ୍ତରଖାନାରେ ସ୍ଥାନୀୟ ଲୋକଙ୍କ ଗହଳି ଲାଗିରହିଥିଲା । ଏହାପରେ ମାନକା ବଞ୍ଚିଛି ବୋଲି ଜିଦ୍‌ଧରି ସେମାନେ ବାରିପଦା ଜିଲ୍ଲା ମୂଖ୍ୟ ଡାକ୍ତରଖାନାକୁ ନେବାପରିବର୍ତ୍ତେ ଗୁଣିଆ ଡକାଇ ଝଡାଫୁଙ୍କା କରାଇବାକୁ ପୁନର୍ବାର ଅଟୋ ଯୋଗେ ଗରୁଡବସା ସ୍ଥିତ ଘରକୁ ମୃତଦେହ ନେଇଯାଇଥିଲେ । ଏନେଇ ବେତନଟୀ ଡାକ୍ତରଖାନା ପକ୍ଷରୁ ବେତନଟୀ ପୋଲିସକୁ ଲିଖିତଭାବରେ ଅବଗତ କରାଯିବା ପରେ ପୁନର୍ବାର ମୃତକଙ୍କ ପରିବାରବର୍ଗ ରାତି ୨ଟା ପାଖାପାଖିରେ ସମୟରେ ମୃତଦେହକୁ ଡାକ୍ତରଖାନାକୁ ଆଣିଥିଲେ । ପରେ ପୁଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *