ମାମୁଁ ଘରେ ଥିବା ପୁଅର ପୋଖରୀରେ ଗଲା ଜୀବନ || KEONJHAR NEWS

ମାମୁଁ ଘରେ ଥିବା ପୁଅର ପୋଖରୀରେ ଗଲା ଜୀବନ || KEONJHAR NEWS

Share with people

ମାମୁଁ ଘରେ ଖେଳୁଥିବା ବେଳେ ଘର ପାଖ ପୋଖରୀରେ ବୁଡି ଛଅ ବର୍ଷର ଶିଶୁର ଗଲା ଜୀବନ | ଚମ୍ପୁଆ ଉପଖଣ୍ଡ ବାରିଆ ଥାନା ଅନ୍ତର୍ଗତ କଳିଙ୍ଗା ଗାଁରେ ଘଟିଛି ଅଘଟଣ । ଚମ୍ପୁଆ ବ୍ଲକ ବାଲିପଶି ଗାଁର ରଞ୍ଜନ ମୁଣ୍ଡା ଚେନ୍ନାଇରେ କାମ କରୁଥିବାରୁ ଏକ ମାସ ହେବ ତାଂକ ସ୍ତ୍ରୀ ଓ ଏକ ମାତ୍ର ଛଅ ବର୍ଷର ପୁଅ ହୃଦ ବାରିଆ ଥାନା ଅନ୍ତର୍ଗତ କଳିଙ୍ଗା ଗାଁ ରେ ଶଶୁର ଘରେ ରହି ଆସୁଥିଲେ,ଆଜି ଖେଳୁଥିବା ଅବସ୍ଥାରେ ହୃଦ୍ର ଘର ପାଖ ପୋଖରୀକୁ ଯାଇ ସେଠାରେ ବୁଡିଯାଇଥିଲା,ଘର ଲୋକ ତାକୁ ବହୁ ସମୟ ଧରି ନପାଇ ଖୋଜା ଖୋଜି କରି ପୋଖରୀରୁ ଉଦ୍ଧାର କରି ଭଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ | ଏଠାରେ ଡାକ୍ତର ତାକୁ ମୃତ୍ୟୁ ଘୋଷଣା କରିଛନ୍ତି। ଖବର ପାଇ ବାରିଆ ପୋଲିସ ଡାକ୍ତର ଖାନାରେ ପହଞ୍ଚି ମୃତଦେହ ଉଦ୍ଧାର କରି ଘଟଣାର ତଦନ୍ତ କରିବା ପରେ ମୃତଦେହକୁ ଚମ୍ପୁଆ ଡାକ୍ତରଖାନା କୁ ବ୍ୟବଚ୍ଛେଦ ପାଇଁ ପଠାଇଛି |


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *