ଭୁବନେଶ୍ୱରରୁ ଉଦୟପୁରକୁ ବୁଲିବାକୁ ଆସି ମାଡ଼ ଖାଇଲେ ପର୍ଯ୍ୟଟକ | ମଦ ପିଇ ଉଦୟପୁର ବେଳାଭୂମିରେ ଦୋକାନୀଙ୍କ ସହ ଗଣ୍ଡଗୋଳ କରୁଥିବା କିଛି ଯୁବକଙ୍କୁ ସ୍ଥାନୀୟ ଲୋକେ ଘେରିଯିବା ପରେ ଜୀବନ ବିକଳରେ ଥାର ଚଳାଇ ଦ୍ରୁତ ଗତିରେ ପଳାଇ ଯାଉଥିଲେ ସେହି ମଦୁଆ ପର୍ଯ୍ୟଟକ | କିନ୍ତୁ ବାଟରେ ସେମାନଙ୍କ ଗାଡ଼ି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି | ମିଳିଥିବା ସୂଚନା ଅନୁଯାୟୀ , ଦ୍ରୁତ ଗତିରେ ଯାଉଥିବା ଥାର ଗାଡ଼ିଟି ଭାରସାମ୍ୟ ହରାଇ କିଆଁ ଗଡିଆ ମଠ ନିକଟରେ ଡିଭାଇଡରକୁ ପିଟି ଦୁର୍ଘଟଣାଗ୍ରସ୍ତ ହେବା ପରେ କିଛି ସମୟ ପାଇଁ ସେହି ବାଟରେ ଯାତାୟତ ଠପ ହୋଇପଡ଼ିଥିଲା l ଦୁର୍ଘଟଣାରେ ଦୁଇ ପର୍ଯ୍ୟଟକ ଗୁରୁତର ଓ ଅନ୍ୟ ୨ଜଣ ଫେରାର ହୋଇଯାଇଥିଲେ l ଖବର ପାଇ ଘଟଣାସ୍ଥଳରେ ତାଳସରି ସାମୁଦ୍ରିକ ଥାନା ପୋଲିସ ପହଞ୍ଚି ଥାରକୁ ଜବତ କରିବା ସହିତ ଦୁଇ ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ସ୍ଥାନାନ୍ତର କରି ତଦନ୍ତ କରୁଛି l


