ବେଆଇନ ମାଟି ଚୋରା ଚାଲାଣ ବେଳେ ମାଡି ବସିଲା ସମ୍ବଲପୁର ପୋଲିସ ||

ବେଆଇନ ମାଟି ଚୋରା ଚାଲାଣ ବେଳେ ମାଡି ବସିଲା ସମ୍ବଲପୁର ପୋଲିସ ||

Share with people

ସମ୍ବଲପୁର ସିଟି ଷ୍ଟେସନ ନିକଟରେ ବେଆଇନ ମାଟି ଚୋରା ଚାଲାଣ ବେଳେ ମାଡି ବସିଲା ସମ୍ବଲପୁର ପୋଲିସ l 2 ଟି ହାଇୱା ସହ ଏକ ଜେସିବି ମେସିନକୁ ଜବତ କରିଛି ପୋଲିସ l ଗତକାଲି ରାତିରେ ସିଟି ଷ୍ଟେସନ ପଛପଟେ ଥିବା ସରକାରୀ ଜମିରେ ବେଆଇନ ଭାବରେ ମାଟି ଖନନ ହେବା ସହ ମାଟି ଚୋରା ଚାଲାଣ ହେଉଥିବାର ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ସଦର, ଧନୁପାଲି, ଅଇଁଠାପାଲି,ପୋଲିସର ମିଳିତ ଟିମ ଚଢ଼ାଉ କରିଥିଲା l ଏହି ଚଢ଼ାଉ ସମୟରେ ପୋଲିସ 2 ଟି ହାଇୱା ସହ ଏକ ମାଟି ଖୋଲିବା ଜେସିବି ମେସିନ କୁ ଜବତ କରିଥିଲା l ସୋନାପାଲି ଅଞ୍ଚଳର ଜଣେ ବ୍ୟକ୍ତି ଏହି ମାଟି ଚୋରା ଚାଲାଣ କରୁଥିବା ନେଇ ପୋଲିସ ତାକୁ ଅଟକ ରଖିଥିବା ସଦର ଏସଡିପିଓ ସୂଚନା ଦେଇଛନ୍ତି l


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *