ବିପର୍ଯ୍ୟସ୍ତ ୧୦୮ ଆମ୍ବୁଲାନ୍ସ ସେବା

ବିପର୍ଯ୍ୟସ୍ତ ୧୦୮ ଆମ୍ବୁଲାନ୍ସ ସେବା

Share with people

ଗାଡି ଖରାପ ହେବାରୁ ଜାତୀୟ ରାଜପଥ ରେ ଏକ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ପଡି ରହିଲେ ରେଫର ରୋଗୀ,

ବିପର୍ଯ୍ୟସ୍ତ ୧୦୮ ଆମ୍ବୁଲାନ୍ସ ସେବା

ଉତ୍ତର ବାଲେଶ୍ୱର ଅଞ୍ଚଳରେ ୧୦୮ ଆମ୍ବୁଲାନ୍ସ ସେବା ଦୟନୀୟ ଅବସ୍ଥାରେ ପହଞ୍ଚିଛି।ଏହି ଜରୁରୀ କାଳୀନ ଜାନ ଗୁଡ଼ିକ ବହୁ ପୁରୁଣା ହୋଇଥିବା ରୁ ଭାଙ୍ଗି ରୁଜି ଶୋଚନୀୟ ଅବସ୍ଥାରେ ରହିଛି। ଆବଶ୍ୟକ ସ୍ଥଳେ ଯାନ ଗୁଡ଼ିକ ଠିକ୍ ସମୟରେ ପହଞ୍ଚିବା ରେ ଅହେତୁକ ବିଳମ୍ୱ ହେତୁ ସଙ୍କଟାପନ୍ନ ରୋଗୀ ଙ୍କୁ ଆପାଦ କାଳୀନ ସେବା ପ୍ରଦାନ ସମ୍ଭବ ହେଉନାହିଁ। ସେହିପରି ଏକ ଅଭାବନୀୟ ଘଟଣା ଘଟି ଯାଇଛି ଜଳେଶ୍ବର ବ୍ଲକ ଅଧିନ,ଶ୍ରୀ ରାମ ପୁର ପଞ୍ଚାୟତ ଅନ୍ତର୍ଗତ ନାରାଣ ପୁର ଗ୍ରାମର,୮୦ ବର୍ଷୀୟ ରୋଗୀ, ଶ୍ୟାମ ସୁନ୍ଦର ପ୍ରଧାନ ଙ୍କ ସହିତ। ସୂଚନା ଅନୁସାରେ ପୁଅ ବୋହୁ ପରିତ୍ୟକ୍ତ ଶ୍ୟାମସୁନ୍ଦର ଙ୍କ ଶରୀର ଖରାପ ହେବାରୁ ୨ ଝିଅ ସୋମବାର ଜିକେ ଭଟ୍ଟର ହସ୍ପିଟାଲ ରେ ଭର୍ତ୍ତି କରାଇଥିଲେ। କିନ୍ତୁ ଶ୍ୱାସ ଜନିତ ରୋଗରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ମଙ୍ଗଳବାର ସକାଳେ ଡାକ୍ତର ବାଲେଶ୍ୱର ହସ୍ପିଟାଲ କୁ ରେଫର କରିଥିଲେ । ୧୦୮ ଆମ୍ବୁଲାନ୍ସ ଯୋଗେ ବାଲେଶ୍ୱର ଅଭିମୁଖେ ଯାଉଥିବା ବେଳେ ଜାତୀୟ ରାଜପଥ ନନ୍ଦିକା ବାଇପାସ୍ ଠାରେ ଇଞ୍ଜିନ ଖରାପ୍ ହୋଇଯାଇଥିଲା। ପରିସ୍ଥିତି ସଙ୍ଗୀନ ହେଉଥିବା ବେଳେ ୨ଝିଅ ଙ୍କ କାକୁତି ମିନତି ପରେ ଅନ୍ୟ ଏକ ଆମ୍ବୁଲାନ୍ସ ଭୋଗାରାଇ ରୁ ଏକ ଘଣ୍ଟା ବିଳମ୍ବରେ ପହଞ୍ଚିଥିଲା। ପୁଣି ଭଙ୍ଗାରୁଜା ଗାଡ଼ିରେ ଏସି କିମ୍ୱା ପଙ୍ଖା ର ବ୍ୟବସ୍ଥା ନଥିଲା। ଫଳରେ ବୟସ୍କ ଅଣ ନିଃଶ୍ୱାସୀ ରୋଗୀ କୁ ବାଲେଶ୍ୱର ପର୍ଯ୍ୟନ୍ତ ବିଚଣା ରେ ବିଞ୍ଚି ନିଆଯାଇଛି। ତେଣୁ ପୁରୁଣା ଭଙ୍ଗାରୁଜା ଆମ୍ବୁଲାନ୍ସ କୁ ହଟାଇ ନୂତନ ଏବଂ ଅଧିକ ଆମ୍ବୁଲାନ୍ସ ଗାଡ଼ି ଯୋଗାଇ ଦେବାକୁ ସାଧାରଣ ରେ ଦାବି କରାଯାଇଛି


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *