କଟକ ଜିଲ୍ଲା ଆଠଗଡ ଶୁକାସନ ଜଙ୍ଗଲରୁ ୧୮ଟିକିଆ ହାତୀ ପଲ ଡମପଡା ଚନ୍ଦକା ଅଭୟାରଣ୍ୟକୁ ଫେରିବା ବାଟରେ ମହାନଦୀର ବାଲି ପଠାରେ ଫସି ରହିଛନ୍ତି
ମହାନଦୀର ବାଲି ପଠାରେ ଫସି ରହିଛନ୍ତି ୧୮ ଟିକିଆ ହାତୀ ପଲ.
କଟକ ଜିଲ୍ଲା ଆଠଗଡ ଶୁକାସନ ଜଙ୍ଗଲରୁ ୧୮ଟିକିଆ ହାତୀ ପଲ ଡମପଡା ଚନ୍ଦକା ଅଭୟାରଣ୍ୟକୁ ଫେରିବା ବାଟରେ ମହାନଦୀର ବାଲି ପଠାରେ ଫସି ରହିଛନ୍ତି ଏ ହାତୀ ପଲ୍ହ. ହୀରାକୁଦ ଜଳଭଣ୍ଡାର ବନ୍ୟା ଜଳ ଛାଡିବା ପାଇଁ ଦୁଇ ଗୋଟି ଗେଟ ଖୋଲିବା ଦ୍ବାରା ହାତୀ ମହା ନଦୀର ବାଲି ପଠା ଦେଇ ପାର ହଉଥିବା ବେଳେ ଚାରି ପଟ ଅତ୍ୟଧିକ ବନ୍ୟା ଜଳ ହୋଇଯାଇଥିବାରୁ ଗୋଟିଏ ସ୍ଥାନରେ ଫସି ରହିଛନ୍ତି ।କିଭଳି ହାତୀ ମାନଙ୍କୁ ଏ ନଦୀ ପଠା ରୁ ସଠିକ ଭାବେ ଜଙ୍ଗଲ ମୁହାଁ କରାଯାଇ ପାରିବ ସେ ନେଇ ହାତୀ ଙ୍କ ଗତିବିଧି ଉପରେ ନଜର ରଖିଛି ବନବିଭାଗ. ଏବେ ବି ହାତୀ ପଲ୍ହ ସେହି ସ୍ଥାନ ରେ ଅଟକି ରହିଛନ୍ତି. ସପଟେ ବାଙ୍କୀ ଅଞ୍ଚଳର ପନିପରିବା ଚାଷ ଧାନ ଚାଷ ବାରମ୍ବାର ନଷ୍ଟ କରୁଥିବାରୁ ବାନ ବିଭାଗ ପକ୍ଷରୁ ସହାୟତା ପାଇଁ ଜନସାଧାରଣ ଦାବି କରିଛନ୍ତି।


