ବାଇକକୁ ଧକ୍କାଦେଲା ଟ୍ରକ,ଜଣେ ମୃତ ଦୁଇଜଣ ଗୁରୁତ୍ତର || KEONJHAR NEWS

ବାଇକକୁ ଧକ୍କାଦେଲା ଟ୍ରକ,ଜଣେ ମୃତ ଦୁଇଜଣ ଗୁରୁତ୍ତର || KEONJHAR NEWS

Share with people

ଚମ୍ପୁଆ ଥାନା ଅନ୍ତର୍ଗତ ୫୨୦ ନଂ ଜାତୀୟ ରାଜପଥ ପର୍ଶଳା ଛକ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଆହତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ଆଜି ଦିନ ପ୍ରାୟ ଏକ ଘଟିକା ସମୟରେ ଏକ ବାଇକ ରେ ତିନି ଜଣ ଯୁବକ ରିମୁଳି ରୁ ପର୍ଶଳା ଆଡକୁ ଯାଉଥିବା ବେଳେ ପର୍ଶଳା ଛକ ନିକଟରେ ଏକ ଅଜଣା ଟ୍ରକ ବାଇକ କୁ ଧକ୍କା ଦେଇଥିଲା । ଫଳରେ ବାଇକ ଥିବା ତିନିଜଣ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକ ସେମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ରେ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟ କୁ ପଠାଇ ଥିଲେ । ତେବେ ସେଠାରେ ଚିକିତ୍ସିତ ଅବସ୍ଥାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତ ଯୁବକ ଝୁମ୍ପୁରା ଥାନା ଗୁମରା ଗ୍ରାମର ଗଣେଶ ପ୍ରସାଦ(୪୫) । ଅନ୍ୟ ଦୁଇ ଆହତ ଯୁବକ ପର୍ଶଳା ଗ୍ରାମର ସତ୍ୟାନନ୍ଦ ଗିରି(୩୫) ଓ ଗୁମରା ଗ୍ରାମର ସୋମନାଥ ସର୍ଦ୍ଦାର (୪୪) । ସେମାନଙ୍କ ମଧ୍ୟରୁ ସତ୍ୟାନନ୍ଦଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ଖବର ପାଇ ଚମ୍ପୁଆ ପୋଲିସ ଡାକ୍ତରଖାନାରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *