ବଜ୍ରାଘାତରେ ଚାଲିଗଲା ନାବାଳିକାର ଜୀବନ ||

ବଜ୍ରାଘାତରେ ଚାଲିଗଲା ନାବାଳିକାର ଜୀବନ ||

Share with people

ବଗଡ଼ରେ ଚାଷ କାମ କରୁଥିବା ସମୟରେ ବଜ୍ରାଘାତରେ ଚାଲିଗଲା ନାବାଳିକାର ଜୀବନ l କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ଧରାକୋଟ ପଂଚାୟତର ଭୁଣ୍ଡୁରୁ ଗାଁରେ ଘଟିଛି ଏପରି ଅଭାବନୀୟ ଘଟଣା l ମୃତ ନାବାଳିକା ହେଲେ ଭୁଣ୍ଡୁରୁ ଗାଁର କୁପି ମଳିକ ଙ୍କ ଝିଅ ରିକା ମଳିକ l ସୂଚନା ଅନୁଯାୟୀ ନାବାଳିକା ଜଣକ ନିଜ ଘର ଠାରୁ ଦୁଇ କିଲୋମିଟର ଦୂରରେ ଥିବା ନିଜ ବଗଡ଼ରେ ଚାଷ କାମ କରୁଥିବା ସମୟରେ ଘଡଘଡି ସହ ପ୍ରବଳ ବର୍ଷା ହୋଇଥିଲା l ତେବେ ପ୍ରବଳ ବର୍ଷା ସହ ଘଡଘଡିରୁ ବର୍ତ୍ତିବା ପାଇଁ ସୁରକ୍ଷିତ ସ୍ଥାନକୁ ନାବାଳିକା ଜଣକ ଚାଲି ଆସୁଥିବା ବେଳେ ବଜ୍ରାଘାତର ଶୀକାର ହୋଇଥିଲେ l ବଜ୍ରାଘାତରେ ନାବାଳିକାଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ବେଳେ ଖବର ପାଇ ପରିବାର ଲୋକ ଘଟଣା ସ୍ଥଳରେ ପହଂଚି ମୃତ ଦେହ ଉଦ୍ଧାର କରିଛନ୍ତି l ନାବାଳିକାଙ୍କ ମୃତ୍ୟୁ କୁ ନେଇ ସ୍ଥାନୀୟ ଅଂଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି l କୋଟଗଡ଼ ପୋଲିସ ଖବର ପାଇବା ପରେ ଘଟଣାର ତଦନ୍ତ ଆରମ୍ଭ କରିଛି l


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *