ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା କାଦୁଆ ଗାଁରେ ବଜ୍ରାଘାତରେ ୯ଗୋଟି ଗୋରୁଙ୍କ ମୃତ୍ୟୁ ହୋଇଛି। ଗୋରୁ ଗୁଡିକ ଗାଁ ପାଖ ପଡିଆରେ ଚରୁଥିବା ବେଳେ ବଜ୍ରାଘାତର ଶିକାର ହୋଇଛନ୍ତି। କାଦୁଆ ଗାଁର ସତ୍ୟାନନ୍ଦ ଦେହୁରୀଙ୍କର ୪ଟି, ନାତୋଷ ଦେହୁରୀଙ୍କ ୨ଟି, ନର ଦେହୁରୀଙ୍କ ୨ଟି ଏବଂ ପ୍ରକାଶ ଦେହୁରୀଙ୍କର ଗୋଟିଏ ଗୋରୁର ମୃତ୍ୟୁ ହୋଇଛି। ତୁରନ୍ତି କ୍ଷତିଗ୍ରସ୍ତ ଗୋ-ମାଲିକଙ୍କ ପରିବାରଙ୍କୁ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି।

