ଫାର୍ମରେ ପସି ୨୦୦ ରୁ ଉର୍ଦ୍ଧ ଦେଶୀ କୁକୁଡ଼ା ଖାଇଦେଲା ଅଜଣା ଜନ୍ତୁ , ୨୦୦ ରୁ ଉର୍ଦ୍ଧ କୁକୁଡ଼ା ସହ ଅନେକ ଛୁଆ କୁକୁଡ଼ା ମୃତ ।

GANJAM -: ଖଲ୍ଲିକୋଟ ବ୍ଲକ କମଳାପଦର ଗ୍ରାମରେ ବିଳମ୍ବିତ ରାତିରେ ଜିତୁ ବାରିକ ନାମକ ଜଣେ କୁକୁଡ଼ା ଚାଷୀ ଋଣ କରଜ କରି ୩ ବର୍ଷ ପୂର୍ବେ ଏକ ଦେଶୀ କୁକୁଡ଼ା ଫାର୍ମ କରିଥିଲେ,ଗତ କାଲି ବିଳମ୍ବିତ ରାତିରେ କୌଣସି ଅଜଣା ଜନ୍ତୁ ଫାର୍ମରେ ପଶି ୨୦୦ ରୁ ଉର୍ଦ୍ଧ ଦେଶୀ କୁକୁଡ଼ା ଓ ଦେଶୀ କୁକୁଡ଼ା ଚିଆଁ କୁ ମାରି ଖାଇଥିଲା,ଯାହାଫଳରେ କୁକୁଡ଼ା ଚାଷୀ ଜିତୁଙ୍କ ଦୁଇଲକ୍ଷ ଟଙ୍କାରୁ ଉର୍ଦ୍ଧ କ୍ଷତି ହୋଇଥିବା ବେଳେ ପରିବାର ଭାଙ୍ଗି ପଡ଼ିଛନ୍ତି । ଜିତୁ ଦୀର୍ଘ ୫ ବର୍ଷ ହେଲା ଦେଶୀ କୁକୁଡ଼ା ଚାଷ କରୁଥିବା ବେଳେ ଚଳିତ ବର୍ଷ ମଧ୍ୟ କୁକୁଡ଼ା ସହ କୁକୁଡ଼ା ଚିଆଁ ପାଳନ କରିଥିଲେ । କିନ୍ତୁ ଫାର୍ମର ବାଡ କାଟି ଫାର୍ମ ରେ ଥିବା ସମସ୍ତ କୁକୁଡ଼ା କୁ ଅଧାଅଧା କରି ଖାଇଛି ଅଜଣା ଜନ୍ତୁ । ଯାହା ଫଳରେ ଫର୍ମ ଓ ଫାର୍ମ ବାହାରେ ବିଛେଇ ହୋଇ ପଡ଼ିଛି ମଲା କୁକୁଡ଼ା ।


