ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ୫୩ ନଂ ଜାତୀୟ ରାଜପଥର ମାଳପୁରା ଗାଁ ଓଭରବ୍ରିଜ ଉପରେ ଭୟଙ୍କର ସଡ଼କ ଦୁର୍ଘଟଣା। ଦୁର୍ଘଟଣାରେ ଗୋଟିଏ ପରିବାରର ବାପାଙ୍କ ସମେତ 4ଜଣଙ୍କର ମୃତ୍ୟୁ ହୋଇଛି। ମାଆ ଜଣଙ୍କୁ ଗୁରୁତର ଭାବେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ବରଣ ହୋଇଛି । ତେବେ ସେମାନଙ୍କ ଘର କେନ୍ଦୁଝର ଆନନ୍ଦପୁର ଅଞ୍ଚଳର ହୋଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି। ଯିଏ ମୃତକ ରହିଛନ୍ତି ତାଙ୍କର ନାମ ଭାବଗ୍ରାହୀ କରୁଆ ହୋଇଥିବା ବେଳେ ସ୍ତ୍ରୀଙ୍କ ନାମ ଜାନକୀ କରୁଆ ବୋଲି ଜଣା ପଡିଛି। ତେବେ ସମସ୍ତେ ଏକ ବାଇକ ଯୋଗେ ଯାଉଥିବା ବେଳେ ଅଜଣା ଗାଡି ଧକ୍କା ଦେଇ ଚାଲି ଯାଇଥିଲା। ବାଇକଟିକୁ ପ୍ରାୟ ଶହେ ମିଟର ଘୋଷାଡି ନେଇଥିବା ଦେଖିବାକୁ ମିଳିଛି। ଖବର ପାଇ କାମାକ୍ଷାନଗର ଏସଡିପିଓ ରଜନୀକାନ୍ତ ସାମଲ, ଥାନା ଅଧିକାରୀ ଆଶିଷ ଜେନା ପହଞ୍ଚି ମୃତ ଦେହ ଗୁଡିକୁ ଉଦ୍ଧାର କରିବା ସହ ଅଧିକ ତଦନ୍ତ ଜାରି ରଖିଛନ୍ତି |


