ବରଗଡ ଜିଲ୍ଲାରେ ଦିନକୁ ଦିନ ବଢ଼ି ଚାଲିଛି ନିଶା କରବାର| ସେହିକ୍ରମରେ ବରଗଡ ପୋଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଗୋଟିଏ ପୋଲିସ ଟିମ ଗଠନ କରି ଦେଶୀ ପିସ୍ତଳ ସହ ଆନ୍ତଃରାଜ୍ୟ ନିଶା ବେପାରୀ ଗ୍ୟାଙ୍ଗର ୧୫ ଜଣ ସଦସ୍ୟ ଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କଠାରୁ ବିପୁଲ ପରିମାଣର ବେଆଇନ କଫସିରପ ଜବତ ହୋଇଥିବା ନେଇ ସୂଚନା ଦେଲେ ବରଗଡ଼ ଏସପି । ଗିରଫ ଅଭିଯୁକ୍ତ ମାନେ ହେଲେ ଛତିଶଗଡ , ଜଗତସିଂହପୁର,କଟକ, ଯାଜପୁର, ବଲାଙ୍ଗିର, ବରଗଡ଼ ଅଞ୍ଚଳର ବୋଲି ଏସପି ପିଏସ ମୀନା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ସେମାନଙ୍କଠାରୁ ୫ ଟି ପିସ୍ତଲ , ୨୦ ଟି ଜୀବନ୍ତ ଗୁଲି, ୧୫ ଶହ ବୋତଲ ବେଆଇନ କଫସିରପ, ୩ ଟି ଖାଲି ଖୋକା, ୧୬ ଟି ମୋବାଇଲ, ପାଞ୍ଚ ଗୋଟି ଚାରିଚକିଆ ଗାଡି ଏବଂ ନଗଦ ୫୭ ହଜାର ଟଙ୍କା ଜବତ କରିଛି ପୋଲିସ । ବରଗଡ଼ ଜିଲ୍ଳାରେ ନିଶାବେପାରୀମାନେ ଆନ୍ତରାଜ୍ୟ ଗ୍ୟାଙ୍ଗ ସହ ମିଶି ନିଜର କାରବାର ବଢ଼ାଉ ଥିବା ବେଳେ ଗିରଫ ଅଭିଯୁକ୍ତମାନେ କଫସିରପ ସହ ଦେଶୀ ପିସ୍ତଲ କାରବାରରେ ଲିପ୍ତ ରହିଥିବା ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ପୋଲିସ ଏ ନେଇ ଅଧିକ ତଦନ୍ତ କରିବାର ଆବଶ୍ୟକ ରହିଛି । ଅତାବିରା ଥାନା,ବରଗଡ଼ ଟାଉନ ଥାନା , ସଦର ଥାନା ଏବଂ ବିଜେପୁର ଥାନାରେ ଏ ନେଇ ଚାରୋଟି ମାମଲା ରୁୁଜୁ ହୋଇଥିବା ବେଳେ ପୋଲିସ ଖାଲି ଖୋକା ସହ ଏହି ଆନ୍ତଃରାଜ୍ୟ ଗ୍ୟାଙ୍ଗର ବିଭିନ୍ନ ବେଆଇନ କାରବାର ଉପରେ ତଦନ୍ତ ଜାରି ରଖିଛି ।

Posted inଓଡ଼ିଶା
