ନିଜେ ଅଭାବୀ ପରିବାରର ବୋହୁ ହୋଇମଧ୍ୟ ବୁଝୁଛନ୍ତି ସାଇ ପଡିଶାଙ୍କ ଦୁଃଖ ,କେବେଳ ନିଜ ଅଂଚଳ ନୁହେଁ ବରଂ ଦୂର ଦୁରାନ୍ତରେ ଅସୁବିଧାରେ ପଡ଼ିଥିବା ଲୋକଙ୍କୁ ମଧ୍ୟ ସାହାଯ୍ୟ କରିବାକୁ ଆଗେଇ ଆସନ୍ତି ଏହି ମହିଳା
ନିଜେ ଅଭାବୀ କିନ୍ତୁ ଦୁଃଖୀ ଅସହାୟଙ୍କୁ କରୁଛନ୍ତି ସାହାଯ୍ୟ
ନିଜେ ଅଭାବୀ ପରିବାରର ବୋହୁ ହୋଇମଧ୍ୟ ବୁଝୁଛନ୍ତି ସାଇ ପଡିଶାଙ୍କ ଦୁଃଖ ,କେବେଳ ନିଜ ଅଂଚଳ ନୁହେଁ ବରଂ ଦୂର ଦୁରାନ୍ତରେ ଅସୁବିଧାରେ ପଡ଼ିଥିବା ଲୋକଙ୍କୁ ମଧ୍ୟ ସାହାଯ୍ୟ କରିବାକୁ ଆଗେଇ ଆସନ୍ତି ଏହି ମହିଳା | ଆମେ ଆଜି ଏମିତି ମହିଳା ଜଣକୁ ଦେଖାଇଵୁ ,ଯିଏକି ଜଣେ ଗୃହିଣୀ ହୋଇ ସମାଜ ସେବାରେ ରୁଚି ରଖୁଛନ୍ତି. ସମାଜର ଅବହେଳିତ ଶିଶୁ, ବୃଦ୍ଧ ବୃଦ୍ଧା, ବିକଳାଙ୍ଗ ଓ ନିଃସହାୟ ଲୋକଙ୍କ ସହାୟିକା ହୋଇ ଦେବଦୂତ ସାଜି ଛିଡ଼ାହୋଇ ପାରୁଛନ୍ତି ତେବେ ସେ .ମାତ୍ର ସପ୍ତମ ଶ୍ରେଣୀ ପାଠ ପଢି ଆଜି ଲୋକକଙ୍କ ସମସ୍ୟାର ସମାଧାନ ପାଇଁ ବାଟ କାଢ଼ିପାରୁଛନ୍ତି | ସମାଜ ସେବାରେ ରୂଚି ରଖି ସମାଜ ପ୍ରତି ଏକ ଉଦାହରଣ ସାଜିଛନ୍ତି. .ଆମେ କହୁଛୁ ବାଲେଶ୍ୱର ର ଝିଅ ତଥା ମୟୁରଭଞ୍ଜ ଜିଲ୍ଲା ନାକିଚୁଆ ପଞ୍ଚାୟତ ର ବହୁ ନିୟତି ବାରିକଙ୍କ କଥା .ସେ ବାଲେଶ୍ଵର ଜିଲ୍ଲାର ବସ୍ତା ବ୍ଲକ ଅନ୍ତର୍ଗତ କୋଠପଦା ଗାଁ ର ପୂର୍ଣ୍ଣ ଚନ୍ଦ୍ର ବାରିକ ଙ୍କ ଝିଅ ନିୟତି, ଏହି ପଂଚାୟତର ଶଶିକାନ୍ତ ବାରିକଙ୍କ ଧର୍ମ ପତ୍ନୀ ସାଜି ଆଜକୁ ୧୦ ବର୍ଷ ହେଲା ସେ ନିଜକୁ ସମାଜ ସେବା କାର୍ଯ୍ୟ ରେ ନିୟୋଜିତ କରିଛନ୍ତି |
ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର ବ୍ଲକ ଅନ୍ତର୍ଗତ ନାକିଚୁଆ ପଞ୍ଚାୟତ ର କାନ୍ଥି ସାହିରେ ବାପା ମା ଛେଉଣ୍ଡ ଦୁଇ ପିଲାଙ୍କୁ ପୋଷୁଛନ୍ତି ସେମାନଙ୍କ ଦୁଃଖୀ ବୁଢ଼ାବାପା | ନିଜର ବଳ ବୟସ ନଥିଲେବି ବାଲେଶ୍ୱର ସହରରେ ରିକ୍ସା ଟାଣି ଗୁଜୁରାଣ ମେଣ୍ଟାଇବା ସହ ଏହି ଅନାଥ ପିଲାଙ୍କ ଲାଳନ ପାଳନ କରୁଛନ୍ତି କିନ୍ତୁ ଏବେ ଦୃଷ୍ଟି ଶକ୍ତି କମିଯିବାରୁ ନିଜର ନାତି,ନାତୁଣିଙ୍କ ଖାଦ୍ୟ ପେୟ ତଥା ଉପଯୁକ୍ତ ଶିକ୍ଷା ଦିକ୍ଷା ପାଇଁ ଅକ୍ଷମ ହୋଇ ଯାଇଥିଲେ ଆଉ ତାଙ୍କର ଦୁଃଖ ଦେଖି ସହି ପାରିନଥିଲେ ନିୟତି ତେଣୁ ସେ ଏହି ଦୁଃଖୀ ପରିବାର ପ୍ରତି ସାହାଯ୍ୟ ର ହାତ ବଢ଼ାଇଛନ୍ତି |
ତେବେ ,କେତେ ଗରିବ ଗୁରୁବାଙ୍କୁ ଆଜିଯାଏଁ ସାହାଯ୍ୟ କରି ଚାଲିଛନ୍ତି ଏହି ମହିଳା ଜଣଙ୍କ.ଏହି ମହିଳା ଜଣକ ଜୂନିୟର ମଦର ଟେରେସା ସାଜି ,ନିଜେ ମାଟି ଘରେ ରହି ନିଜର ଦୂଃଖ କୁ ପଛରେ ପକାଇ ଅନ୍ୟକୁ ସାହାଯ୍ୟ କରୁଥିବା ଲୋକ ଏ ସମାଜ ରେ ଅତି ବିରଳ..ତେବେ ସମାଜ ପାଇଁ କାମ ତାଙ୍କର ସ୍ବପ୍ନ ଥିଲା ବେଳେ ପରିବାର ତରଫରୁ ପୂର୍ଣ୍ଣ ସହଯୋଗ ଥିବା କହିଥିଲେ ଏହି ମହିଳା.ତାଙ୍କ ପ୍ରସଙ୍ଗରେ ଗାଁ ଲୋକେ ମତ ରଖୁଥିବା ବେଳେ ସରକାର ଙ୍କ ସହୋଯୋଗ ମିଳିଲେ ସେ ସୁବିଧାରେ ଜନସେବା କରିପାରନ୍ତେ ବୋଲି ଚର୍ଚ୍ଚା ହେଉଛି |
