
BHADRAK – ଅସଲି ପୋଲିସ ନିର୍ଦେଶରେ ତଦନ୍ତ ପାଇଁ ଯାଇ ହଟହଟା ନକଲି ପୋଲିସ ।ଏପଟେ ଏକ ଘଟଣାର ତଦନ୍ତ ପାଇଁ ନକଲି ଯୁବକଙ୍କୁ ପଠାଇଥିବା ସବ ଇନିସପେକ୍ଟର କାର୍ତିକ ଜେନାଙ୍କୁ ନିଲମ୍ବିତ କରିଛନ୍ତି ଏସପି ମନଜ ରାଉତ | ସୂଚନା ଅନୁଯାଇ ପିୟୁଷ ପଣ୍ଡା ନାମକ ଯୁବକଙ୍କୁ ଗ୍ରାମାଞ୍ଚଳ ଥାନା ସବ ଇନିସସ୍ପେକ୍ଟର କାର୍ତିକ ଜେନା ତଦନ୍ତକାରୀ ଅଧିକାରୀ ଭାବେ ଏକ ଘଟଣାରେ ରସିକାବାଦ ଗାଁକୁ ତଦନ୍ତ ପାଇଁ ପଠାଇଥିଲେ, ହେଲେ ଗ୍ରାମବାସୀଙ୍କ ସନ୍ଧେହ ହେବାରୁ ନକଲି ପୋଲିସ କହୁଥିବା ଯୁବକ ଧୂଷୁରୀ ଅଂଚଳ ର ପିୟୁଷ ପଣ୍ଡାକୁ ଧରି ପୋଲିସକୁ ସୂଚନା ଦେଇଥିଲେ | ଭଦ୍ରକ ଗ୍ରାମାଂଚଳ ଥାନା ରସିକାବାଦ ଗାଁରେ ଘଟିଛି ଏଭଳି ଘଟଣା । ପୁଣି ପୋଲିସ ବାଇକ୍ ନେଇ ତଦନ୍ତ ପାଇଁ ଯାଇଥିଲେ ନକଲି ପୋଲିସ । ସୂଚନା ପାଇ ଗ୍ରାମାଞ୍ଚଳ ପୋଲିସ ପହଂଚି ଯୁବକକୁ ଗ୍ରାମାଞ୍ଚଳ ଥାନା ରେ ଅଟକ ରଖି ତଦନ୍ତ ଆରମ୍ଭ କରିଛି । ଏହି ଘଟଣାରେ ଭଦ୍ରକ ଏସପି ମନଜ ରାଉତ ସବ ଇନିସପେକ୍ଟର କାର୍ତିକ ଜେନାକୁ ନିଲମ୍ବିତ କରିବା ସହ ଘଟଣା ର ତଦନ୍ତ ନିର୍ଦେଶ ଦେଉଛନ୍ତି |

