ଦୂର୍ଗାପୂଜା କରିବାକୁ ସରକାର ଦେବେ ଟଙ୍କା

ଦୂର୍ଗାପୂଜା କରିବାକୁ ସରକାର ଦେବେ ଟଙ୍କା

Share with people

ଦଶହରା ବା ଦୁର୍ଗାପୂଜା ଆମ ଓଡ଼ିଶାର ପ୍ରମୁଖ ପର୍ବ। ଏହି ଅବସରରେ ମା’ ଦୁର୍ଗାଙ୍କ ଆରାଧନା କରାଯିବା ସହିତ ମେଢ଼ ନିର୍ମାଣ, ତୋରଣ ସାଜ୍ୟସଜ୍ୟା ଆଦି କାର୍ଯ୍ୟ କରାଯାଇଥାଏ, ଏବଂ ଏହାର ଖର୍ଚ୍ଚ ପ୍ରାୟତଃ ସ୍ବେଚ୍ଛାକୃତ ଦାନ ମାଧ୍ୟମରେ ବହନ କରାଯାଇଥାଏ। ଏଥିପାଇଁ ସରକାରଙ୍କ ତରଫରୁ କୌଣସି ଅନୁଦାନର ବ୍ୟବସ୍ଥା ନଥିଲା, କିନ୍ତୁ ବର୍ତ୍ତମାନ ରାଜ୍ୟର କିଛି ପୁରାତନ ଓ ଐତିହ୍ୟ ମା’ ଦୁର୍ଗାଙ୍କ ମେଢ଼କୁ ଆର୍ଥିକ ସହାୟତା ପ୍ରଦାନ କରିବା ନିମନ୍ତେ ସରକାର ବିଚାର କରୁଛନ୍ତି।

ଐତିହ୍ୟ ଦୁର୍ଗାମେଢ଼ ବା ଯେଉଁ ଦୁର୍ଗାମେଢ଼ ୭୫ ବର୍ଷ ପୁରୁଣା ସେମାନଙ୍କୁ ୭୫ ହଜାର ଟଙ୍କା ଅନୁଦାନ ରାଶି ପ୍ରଦାନ କରାଯିବ। ସେହିପରି ୫୦ ବର୍ଷ ପୂଜା କରିଆସୁଥିବା କମିଟିଙ୍କୁ ୫୦ ହଜାର ଟଙ୍କା ଅନୁଦାନ ରାଶି ପ୍ରଦାନ କରାଯିବ। ଯଦି କୌଣସି ଜିଲ୍ଲାରେ ୫୦ ବର୍ଷରୁ ଅଧିକ ପୁରୁଣା ମେଢ଼ ନଥିବ ତେବେ ସେହି ଜିଲ୍ଲାର ସବୁଠାରୁ ଦୁଇ ପୁରାତନ ମେଢ଼କୁ ଏହି କ୍ୟାଟାଗୋରୀରେ ସାମିଲ କରାଯିବ । ଏନେଇ ଓଡ଼ିଆ ଭଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ନୂଆ ନିଷ୍ପତି ନିଆ ଯାଇଛି |

[ ରିପୋର୍ଟ- ସୁନୀଲ ଦତ୍ତ ]


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *