ଟିକାବାଲିରେ ମାଆ ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ

ଟିକାବାଲିରେ ମାଆ ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ

Share with people

ଟିକାବାଲି: କନ୍ଧମାଳ ଜିଲ୍ଲା ଟିକାବାଲିର ପ୍ରାୟ ସ୍କୁଲ କଲେଜ ତଥା ବିଭିନ୍ନ କାର୍ଯ୍ୟାଳୟ ଦ୍ୱାରା ମାଆ ପାଇଁ ଗଛଟିଏ କାର୍ଯ୍ୟକ୍ରମ କରାଯାଇଛି | ଏହି ପରିପ୍ରେକ୍ଷୀରେରେ ଟିକାବାଲି ମୃତ୍ତିକା ସରକ୍ଷଣ ପକ୍ଷରୁ ପ୍ରକଳ୍ପ କାର୍ଯ୍ୟ ଦାୟିତ୍ୱରେ ଥିବା ଅଧିକାରୀ ଦୀପକ ପାଢ଼ୀଙ୍କ ଅଧ୍ୟକ୍ଷତା ରେ କଇଁଝର ପଞ୍ଚାୟତର ଚୋରା ପଦରରେ ମାଆ ପାଇଁ ଗଛଟିଏ କାର୍ଯ୍ୟକ୍ରମ ଜରିଆରେ କଫି ଚାଷ ପାଇଁ ଛାୟା ବୃକ୍ଷ ରୋପଣ କରାଯାଇଛି |ଏହା ବ୍ୟତୀତ ଏ.ଏମ. ସି. ଏସ ମହାବିଦ୍ୟାଳୟ ରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତି ଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି l ଛଅ ସହ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ କଲେଜ ପରିସର ଏବଂ ବାହାରେ ପାଞ୍ଚଶହ ଆମ୍ବ, ପଣସ, ଚାକୁଣ୍ଡା ରୋପଣ କରିଥିଲେ l ଜାତୀୟ ସେବା ଯୋଜନା ର ପ୍ରୋଗ୍ରାମ ଅଫିସର ଅଧ୍ୟାପକ ଜ୍ଞାନ ରଞ୍ଜନ ଭୋଇ, ଅଧ୍ୟାପିକା ଚମ୍ପା ସୋରେନ, ଯୁବ ରେଡ଼କ୍ରସ ର ସଂଯୋଜକ ଅଧ୍ୟାପକ ରତନ ଡିଗାଲ ପରିଚାଳନା କରିଥିଲେ l ଅଧ୍ୟାପକ ସନ୍ତୋଷ ରଥ, ନରେନ୍ଦ୍ର ଡିଗାଲ,ବିରୂପାକ୍ଷ ତ୍ରିପାଠୀ, ଅମୂଲ୍ୟ ସାବତ, ଦୀପକ କୁମାର ସାହୁ ଖେଳ ଶିକ୍ଷକ ଧର୍ମଚାନ୍ଦ ନାୟକ, ଅଧ୍ୟାପିକା ନିବେଦିତା ଭୋଇ, ଶିବାନୀ କହଁର, ସ୍ମୃତିରେଖା ନାୟକ,ସଂଘମିତ୍ରା ଦାଶ, ନମିତା ମହାରଣା ସହଯୋଗ କରିଥିଲେ l ବିଜେପି ରାଜ୍ୟ ଏସ ସି ମୋର୍ଚ୍ଚାର ଉପସଭାପତି ରାମବିଶ ଡିଗାଲ, ସାଂସଦ ପ୍ରତିନିଧି ଜିତେନ୍ଦ୍ର ଡାକୁଆ, ପ୍ରାକ୍ତନ ବିଧାୟିକା ଅଜୟନ୍ତୀ ପ୍ରଧାନ ଏବଂ ବହୁ ବିଜେପି ନେତା ଯୋଗ ଦେଇ ଗଛ ଲଗେଇଥିଲେ l କଲେଜର ସମସ୍ତ ଅଧ୍ୟାପିକା, ଅଧ୍ୟାପିକା ଓ କର୍ମଚାରୀ ସହଯୋଗ କରିଥିଲେ l

[ ରିପୋର୍ଟର -ଗଣେଶ ନାୟକ ]


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *