ଠାକୁରମୁଣ୍ଡା ଥାନା କେଶ ନଂ ୧୦୭, ୧୦୮/ ୨୦୨୫ ମାମଲା ରୁଜୁ କରି ତଦନ୍ତ କରୁଛି ପୋଲିସ।
ଦୁଇଟି ପିକଅପ୍ ଗାଡି ସହ ଡ଼୍ରାଇଭର ଅଟକ।
ବେଆଇନ ମଇଁଷି ଚାଲାଣ ବେଳେ ୧୫ଟି ମଈଁଷି ଉଧାର, ୨ଟି ପିକଅଫ ଗାଡି ଜବତ ସହ ୨ଡ୍ରାଇଭର ଅଟକ , ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ୫୩ ନମ୍ବର ରାଜ୍ୟ ରାଜପଥ ଠାକୁରମୁଣ୍ଡା- କରଞ୍ଜିଆ ରାସ୍ତାରେ କେନ୍ଦୁଜିଆଣୀ ଶିଶୁ ମନ୍ଦିର ନିକଟରୁ ଠାକୁରମୁଣ୍ଡା ଥାନା ପୋଲିସ ପେଟ୍ରୋଲଂ କରୁଥିବା ସମୟରେ ୨ଟି ପିକଅପ୍ ଗାଡି ନଂ OD04 S 8817, OD04 U 4498 କୁ ଜବତ କରି ୧୫ଟିମଇଁଷି ଉଧାର କରିଛି। ଜବତ ମଇଁଷି ର ସ୍ୱାସ୍ଥ ପରୀକ୍ଷା ପରେ ନୀକଟସ୍ଥ ଗୋଶାଳାରେ ଛଡା ଯିବl ନେଇ ସୂଚନା ଦେଲେ ଠାକୁରମୁଣ୍ଡା ଥାନା ଅଧିକାରିଣୀ ସାବିତ୍ରୀ ଦଳେଇ । ଠାକୁରମୁଣ୍ଡା ଥାନା କେଶ ନଂ ୧୦୭, ୧୦୮/ ୨୦୨୫ ମାମଲା ରୁଜୁ କରି ତଦନ୍ତ କରୁଛି ପୋଲିସ। ତେବେ ମଇଁଷି ଗୁଡ଼ିକ ପ୍ରାଥମିକ ତଦନ୍ତ ବେଳେ ଯାଜପୁରରୁ ଝାରଖଣ୍ଡ ରାଞ୍ଚି ନେଉଥିବା ଜଣାପଡିଛି।

