ଜମିବାଡ଼ି ଆଗରେ ଫିକା ପଡିଲା ରକ୍ତ ସମ୍ପର୍କ | ସାନ ଭାଇକୁ ହତ୍ୟା କଲା ବଡ଼ ଭାଇ || KEONJHAR NEWS

ଜମିବାଡ଼ି ଆଗରେ ଫିକା ପଡିଲା ରକ୍ତ ସମ୍ପର୍କ | ସାନ ଭାଇକୁ ହତ୍ୟା କଲା ବଡ଼ ଭାଇ || KEONJHAR NEWS

Share with people

KEONJHAR -: ଦୁଇ ଭାଇଙ୍କ ମଧ୍ୟରେ ଜମିବାଡ଼ି ବିବାଦ କେତେ ଉଗ୍ରରୂପ ନେଇପାରେ, ତାହା କେନ୍ଦୁଝରରେ ହୋଇଥିବା ଏକ ହତ୍ୟାକାଣ୍ତରୁ ସ୍ପଷ୍ଟ ବାରି ହୋଇପଡ଼ୁଛି । ଜମିବାଡ଼ି ବିବାଦ କାରଣରୁ ସାନଭାଇକୁ ନୃଶଂସ ଭାବେ ହତ୍ୟା କଲା ବଡ଼ଭାଇ ଓ ପୁତୁରା । ସଦର ଥାନା ପୁଟୁଳିଆ ମଝି ସାହିରେ ଚନ୍ଦ୍ରଶେଖର ଦାସଙ୍କୁ ତାଙ୍କର ବଡ଼ଭାଇ କିରଣ ଦାସ ଓ ପୁତୁରା ସତ୍ୟଜିତ ଦାସ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ, ବିବାଦୀୟ ଜମିରେ ବଡ଼ଭାଇ କିରଣ ଦାସ ଘର ଆରମ୍ଭ କରିବାକୁ ଗାତ ଖୋଳିଥିଲେ,ଏହାକୁ ବିରୋଧ କରିଥିଲେ ସାନଭାଇ ଚନ୍ଦ୍ରଶେଖର ଦାସ । ଏନେଇ ସଦର ଥାନାର ଦ୍ୱାରସ୍ଥ ବି ହୋଇଥିଲେ ଚନ୍ଦ୍ରଶେଖର ।

ତେବେ ଗତ ୮ ସେପ୍ଟେମ୍ବର ଅପରାହ୍ନ ୪ଟା ସମୟରେ ବଡ଼ଭାଇ କିରଣ ଓ ସାନଭାଇ ଚନ୍ଦ୍ରଶେଖରଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା । ବିବାଦ ଏତେ ବଢ଼ିଲା ଯେ ବଡ଼ ଭାଇ ନିଜ ସାନ ଭାଇକୁ ଖୋଳା ଯାଇଥିବା ଗାତ ଭିତରକୁ ଠେଲି ଦେଇଥିଲା । ଚନ୍ଦ୍ରଶେଖର ଗାତରୁ ଉଠିପାରୁ ନଥିବା ବେଳେ କିରଣଙ୍କ ପୁଅ ସତ୍ୟଜିତ ଏକ ଧାରୁଆ ଅସ୍ତ୍ରରେ ଚନ୍ଦ୍ରଶେଖରଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲା ।

ତେବେ ଗୁରୁତର ଅବସ୍ଥାରେ ଚନ୍ଦ୍ରଶେଖରଙ୍କୁ ଧରଣୀଧର ମେଡ଼ିକାଲ୍ କଲେଜରେ ଭର୍ତ୍ତି କରାଯାଇଥିଲା । ଯେଉଁଠି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ଅନ୍ୟପଟେ ଚନ୍ଦ୍ରଶେଖରଙ୍କୁ ଆକ୍ରମଣ କରୁଥିବା ବେଳେ ଚନ୍ଦ୍ରଶେଖରଙ୍କ ସ୍ତ୍ରୀ ଛଢ଼ାଇବାକୁ ଆସିବାରୁ ତାଙ୍କୁ ମଧ୍ୟ ଆକ୍ରମଣ କରାଯାଇଥିଲା । ଯେଉଁଥିରେ ତାଙ୍କର ଏକ ହାତ ଭାଙ୍ଗି ଯାଇଥିବା ଚନ୍ଦ୍ରଶେଖରଙ୍କ ପୁଅ ଅଭିଯୋଗ କରିଛନ୍ତି ।


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *