ଜଣେ ୬୫ ବର୍ଷର ବୃଦ୍ଧ ଏକ ୧୭ ବର୍ଷର ନାବାଳିକାକୁ ବଳାତ୍କାର କରି ଫେରାର

ଜଣେ ୬୫ ବର୍ଷର ବୃଦ୍ଧ ଏକ ୧୭ ବର୍ଷର ନାବାଳିକାକୁ ବଳାତ୍କାର କରି ଫେରାର

Share with people

ମୟୁରଭଞ୍ଜ ଜିଲ୍ଲାର ବିଶୋଇ ଥାନା ଅଞ୍ଚଳର ନାବାଳିକା ଝିଅକୁ ବଳାତ୍କାର କରି ଆସାମୀ ଫେରାର ପୁଅ ପୁତାରାକୁ ଥାନାରେ ଅଟକ

ଗାଁ ଭିତରେ ଲଜ୍ଜ୍ୟା :

ବିଶୋଇ ଥାନା ଅଞ୍ଚଳରେ ଘଟିଛି ଏକ ଲଜ୍ଜା ଜନକ ଘଟଘା।୬୫ ବର୍ଷର ବୃଦ୍ଧ ୧୭ ବର୍ଷର ଏକ ନାବାଳିକା ଝିଅକୁ ବଳାତ୍କାର କରି ଫେରାର ହୋଇଥିବା ଅଭିଯୋଗ। ଅଭିଯୋଗ ଆଧାରରେ ଚଳିତବର୍ଷ ୧୨/୭ ର ଘଟଣା,ଘଟଣାଟି ହେଲା ବିଶୋଇ ଥାନା ବନେଇକଳା ପଞ୍ଚାୟତ ଅନ୍ତର୍ଗତ ଜାମଝରି ଗ୍ରାମର ୬୫ ବର୍ଷିୟ ଆଦି ଗିରି ନାମକ ଜଣେ ବ୍ୟବସାୟୀ ବିଶୋଇ ଥାନା ଅଞ୍ଚଳର ଏକ ୧୭ ବର୍ଷିୟ ନାବାଳିକା ଝିଅକୁ ଟଙ୍କାର ପ୍ରଲୋଭନ ଦେଖାଇ ତେନ୍ତୁଳି ଗୋଟାଇବା କହି ଏକୁଟିଆ ସୁଲେଇପାଟ ଫାଣ୍ଡି ଅଧନସୁ ହାତୀ ଶିକୁଳି ଜଙ୍ଗଲ କୁ ନେଇ ଯାଇଥିଲା ଏବଂ ସେଠାରେ ଏକୁଟିଆର ସୁଯୋଗ ନେଇ ନାବାଳିକା କୁ ଦୁଷ୍କର୍ମ କରିଥିଲା ଓ ଏ ବିଷୟରେ କାହାରିକୁ କହିଲେ ଜୀବନରୁ ମାରିଦେବାର ଧମକ ମଧ୍ୟ ଦେଇଥିଲା ।

ତେବେ ଗତ ୨୦ତାରିଖରେ ଝିଅର ସ୍ବାସ୍ଥ୍ୟ ଅବସ୍ଥା ଖରାପ ହେବରୁ ଘର ଲୋକେ ଜାଣିବାକୁ ପାଇଲେ ଯେ, ଝିଅ ଦୁଇ ମାସର ଗର୍ଭବତୀ ଅଛି ବୋଲି।ଘର ଲୋକେ ଏ ସଂମ୍ପର୍କରେ ଝିଅକୁ ପଚାରିବାରୁ ଝିଅ ଜାମଝରି ଗ୍ରାମର ଆଦି ଗିରି ମୋ ସହିତ ଦୁଷ୍କର୍ମ କରିଛି ବୋଲି ପ୍ରକାଶ କରିଥିଲା । ତେବେ ଗତ ୨୨ତାରିଖ ଦିନ ତାଙ୍କ ଘର ଲୋକେ ଅଭିଯୁକ୍ତ ଆଦି ଗିରି ନାମରେ ଏକ ଦୁଷ୍କର୍ମ ର ଲିଖିତ ଅଭିଯୋଗ ବିଶୋଇ ଥାନାରେ କରିଥିଲେ। ଅଭିଯୋଗ ଆଧାରରେ ବିଶୋଇ ଥାନାରେ କେଶ୍ ନମ୍ବର ୧୬୫/୨୪ ରେ ଏକ ମାମଲା ରୁଜୁ କରି ବିଶୋଇ ଥାନା ଅଧିକାରିଣୀ ମିନି ଭୋଇ ଘଟଣାର ତଦନ୍ତ ଜାରି ରଖୁଥିବା ବେଳେ, ଅଭିଯୁକ୍ତ ଆଦି ଗିରି ଫେରାର ଥିବା ଜଣାପଡିଛି। ତେବେ ଘଟଣାର ତଦନ୍ତ ଜୋରଦାର କରିବା ପାଇଁ ଅଭିଯୁକ୍ତଙ୍କ ପୁଅ ଓ ପୁତୁରା କୁ ଥାନାରେ ଅଟକ ରଖି ପୋଲିସ ପଚରାଉଚରା କରୁଥିବା ଜଣାପଡିଛି।


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *