ଯୁବକଙ୍କୁ ହତ୍ୟା ଘଟଣାରେ ଛଅ ଅଭିଯୁକ୍ତ ଗିରଫ

ଯୁବକଙ୍କୁ ହତ୍ୟା ଘଟଣାରେ ଛଅ ଅଭିଯୁକ୍ତ ଗିରଫ

Share with people

ସମ୍ବଲପୁର- ହୀରାକୁଦରେ ବିଭତ୍ସ ହତ୍ୟା କାଣ୍ତ ଘଟଣାରେ ୬ ଗିରଫ । ପୂର୍ବ ଶତ୍ରୁତା କୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିବା ପୋଲିସ କହିଛି । ମୃତ କାଳୁ ବହାଦୁର ନାମରେ ପ୍ରାୟ ୨୦ ରୁ ଅଧିକ ମାମଲା ରହିଛି । ୨୦୧୯ରେ କାଳୁ ବହାଦୁର ବଣ୍ଟି ନାମକ ଜଣେ ଯୁବକଙ୍କୁ ହତ୍ୟା କରିଥିଲା । ତେବେ ଗିରଫ ଅଭିଯୁକ୍ତ ମାନେ ହେଲେ ବଣ୍ଟି ଙ୍କ ଭାଈ ସାହିନ ବେହେରା, ପ୍ରତାପ ବେହେରା, ଜୟନାରାୟଣ ମିଶ୍ର, ରାଜ ବାରିକ, ଶ୍ରୀଧର ପ୍ରସାଦ ଓ ସମିର ବେହେରା । ଗତକାଲି ସନ୍ଧ୍ୟାରେ କାଳୁ ଓ ତାଙ୍କର ଜଣେ ସହଯୋଗୀ ଙ୍କ ସହ ବାଇକରେ ହୀରାକୁଦ ଗାନ୍ଧୀ ନଗର ସ୍ଥିତ ଘରକୁ ଯାଉଥିବା ସମୟରେ ସଂଘବଦ୍ଧ ଭାବେ ଆକ୍ରମଣ କରି ହତ୍ୟା କରିଥିଲେ । ବାଇକରୁ ପଡିଯିବା ପରେ ଖଣ୍ଡା, ପଥର ଓ ଇଟା ରେ ଆକ୍ରମଣ କରିଥିଲେ |


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *