ଘରେ ପଶି ଯୁବକକୁ ଖଣ୍ଡାରେ ଆକ୍ରମଣ:

ଘରେ ପଶି ଯୁବକକୁ ଖଣ୍ଡାରେ ଆକ୍ରମଣ:

Share with people

ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ବାକୁଟୁ ଗାଁ ପଂଚାୟତ ର ପାରିନୁଆଗାଁ ରେ ଘରେ ପଶି ଜଣେ ଯୁବକ ଙ୍କୁ ଖଣ୍ଡା ରେ ଆକ୍ରମଣ ହୋଇଥିବା ଅଭିଯୋଗ ।ପାରିନୁଆଗାଁର ଗୋବିନ୍ଦ ପ୍ରଧାନଙ୍କ ପୁଅ ବିପ୍ର ପ୍ରଧାନ ଘରେ ଥିବା ବେଳେ ରାତି ୯ ଟାରେ ହଠାତ ୫ ରୁ ୭ ଜଣ ଯୁବକ ଘର ଭିତରକୁ ପଶି ଆସି ଖଣ୍ଡାରେ ଆକ୍ରମଣ କରିଥିଲେ। ବିପ୍ରଙ୍କ ମୁଣ୍ଡ, ପେଟ ଓ ହାତ ରେ ଖଣ୍ଡା ଚୋଟ ବାଜି ରକ୍ତାକ୍ତ ହୋଇ ଯାଇଥିଲେ। ଗୁରୁତର ଅବସ୍ଥା ରେ ତାଙ୍କୁ ପ୍ରଥମେ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା। ଅବସ୍ଥା ଶଙ୍କଟାପନ୍ନ ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଭେଜିପୁଟ ଫାଣ୍ଡି ଅଧିକାରୀ ମେଡିକାଲ ରେ ପହଞ୍ଚି ତଦନ୍ତ କରିଛନ୍ତି। ପୂର୍ଵ ଶତ୍ରୁତାକୁ କେନ୍ଦ୍ର କରି ଏହି ସଂଘବଦ୍ଧ ଆକ୍ରମଣ ହୋଇଥିବା ସୂଚନା ମିଳିଛି।


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *