କଟକ: କଟକ ଵେଲଭ୍ୟୁ ଛକରୁ ତ୍ରିଶୂଳିଆ ସଂଯୋଗ କରୁଥିବା ନେତାଜୀ ସୁବାଷ ସେତୁ ଉପରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ଜଣେ ଗୁରୁତର । ଗୁରୁତରଙ୍କ ଅବସ୍ଥା ଅତି ସଙ୍କଟାପନ୍ନ ଥିବା ସୂଚନା । ତେବେ ବ୍ୟକ୍ତି ଜଣଙ୍କ ନେତାଜୀ ସେତୁ ଉପରେ ଚାଲି ଚାଲି ଯାଉଥିବା ସମୟରେ ଏକ ଅଜଣା ଗାଡ଼ି ଧକ୍କା ଦେଇଥିଲା । ଫଳରେ ବ୍ୟକ୍ତିଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗିଛି । ସ୍ଥାନୀୟ ଲୋକେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ନେଇଛନ୍ତି | ଯୁବକ ଜଣଙ୍କ ଅବସ୍ଥା ସଙ୍କଟପନ୍ନ ରହିଛି, ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି କିନ୍ତୁ ଗୁରୁତ୍ତର ବ୍ୟକ୍ତିଙ୍କର ପରିଚୟ ମିଳିପାରିନାହିଁ ।

