ରାଜରାସ୍ତାରେ ଚାଲିଛି ଅଙ୍ଗନବାଡି କେନ୍ଦ୍ର l

ରାଜରାସ୍ତାରେ ଚାଲିଛି ଅଙ୍ଗନବାଡି କେନ୍ଦ୍ର l

Share with people

ରାଜ୍ୟ ସରକାର ବିଭିନ୍ନ ଅଙ୍ଗନବାଡ଼ି କେନ୍ଦ୍ର ହଉ ଶିକ୍ଷାନୁଷ୍ଠାନ ଗୁଡିକ ପାଇଁ କୋଟି କୋଟି ଟଙ୍କା ବ୍ୟୟରେ ଖର୍ଚ୍ଚ କରୁଛନ୍ତି | ସୁନ୍ଦର ସ୍ୱାସ୍ତ ହଉ ବା ଶିକ୍ଷା ଏସବୁରୁ ଯେପରି କେହି ବଞ୍ଚିତ ନରୁହନ୍ତୁ , ସେଥିପାଇଁ ସରକାରଙ୍କ ବିଭିନ୍ନ ଯୋଜନାମାନ ରହିଛି |କିନ୍ତୁ ଏଠି କିଛି ବିଚିତ୍ର ଦେଖିବାକୁ ମିଳିଛି | କଟକ ଜିଲ୍ଲା ବାରଙ୍ଗ ବ୍ଲକ କୁହ୍ନେଇ ପଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୁସିନ୍ଦା ଗ୍ରାମର ୧ ନମ୍ବର ୱାର୍ଡ ରେ ନାହିଁ ଅଙ୍ଗନବାଡି କେନ୍ଦ୍ର ଟିଏ କିନ୍ତୁ ସରକାର କୋମଳମତି ପିଲାଙ୍କ ଲମ୍ଭା ବବିଷ୍ୟତ ପାଇଁ ମାଳ ମାଳ ଯୋଜନା ସବୁ ଥିବା ବେଳେ କିନ୍ତୁ ତାର ବିପରୀତ ଦେଖିବାକୁ ମିଳିଥିଲା କୁସିନ୍ଦା ଗ୍ରାମରେ ଅଙ୍ଗନବାଡି କେନ୍ଦ୍ର ଟିଏ ନଥିବାରୁ ଅସୁବିଧାରେ ସମ୍ମୁଖିନ ହେଉଛନ୍ତି | ରାଜରାସ୍ତାରେଅପ୍ରୀତିକର ପରିସ୍ଥିତିରେ ପିଲାମାନେ ପଢ଼ିବାର ଦିଖିବାକୁ ମିଳିଛି l ଏବେବି ଦୀପ ତଳ ଅନ୍ଧାର ସଦୃଶ ଭଳି କଟକ ସହର ଠାରୁ ମାତ୍ର ୪ କିଲୋମିଟର ଦୂର ବାଙ୍କୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାରଙ୍ଗ ବ୍ଲକ କହ୍ନଇ ପଡ଼ା ପଞ୍ଚାୟତର ୧ନଂ ୱାର୍ଡ କୁସିନ୍ଦା ଗାଁର ଅଙ୍ଗନବାଡି କେନ୍ଦ୍ର ଚାଲିଛି | କେତେବେଳେ କୋଠା ଘରେ ତ କେତେବେଳେ କ୍ଲବ ଘରେ ଆଉ କେତେବେଳେ କାହା ବାରଣ୍ଡା ତ ଆଉ କେତେବେଳେ ରାଜରାସ୍ତା ଉପରେ | ଏହି ଭଳି ଦୀର୍ଘ ୧୭ ବର୍ଷ ଧରି ଚାଲି ଆସୁଛି ଏଠାକାର ଅଙ୍ଗନବାଡି କେନ୍ଦ୍ରର ନାହିଁ ନିଜସ୍ୱ ଗୃହ l ଆଜି କୁସିନ୍ଦା ଗ୍ରାମର କ୍ଲବ ଘରେ କାର୍ତ୍ତିକେଶ୍ୱର ମୂର୍ତ୍ତି ହେଉଥିବା ବେଳେ ଗ୍ରାମର ରାସ୍ତାରେ ବସି ପାଠ ପଢୁଥିଲେ କୋମଳ ମତି ପିଲାମାନେ ଏନେଇ କୁହ୍ନେଇ ପଡା ସରପଞ୍ଚ ଓ ଗ୍ରାମର ମୁରବି ଓ ପିଲଲମାନଙ୍କ ଅଭିଭାବକ, ଗ୍ରାମର ମା ମାନେ ଏକତ୍ରିତ ହୋଇଥିଲେ ଏବଂ ଏହାର ସମାଧାନ ନ ହେଲେ ଆଗାମୀ ଦିନରେ କୁନି କୁନି କୋମଳ ମତି ପିଲାମାନଙ୍କୁ ଧରି ତହସିଲ ଅଫିସ ସମ୍ମୁଖରେ ଅଙ୍ଗନବାଡି ଖୋଲିବେବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ l


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *