ଗାଁ ନିକଟରେ ବୁଲୁଛି ମହାବଳ ବାଘ,ଭୟଭୀତ ଅଞ୍ଚଳ ବସି ||

ଗାଁ ନିକଟରେ ବୁଲୁଛି ମହାବଳ ବାଘ,ଭୟଭୀତ ଅଞ୍ଚଳ ବସି ||

Share with people

ଦେବଗଡ ଜଙ୍ଗଲ ଡିଭିଜନ ରିଆମାଳ ରେଞ୍ଜ ଅନ୍ତର୍ଗତ ବାବାଜୀମଠ ଅଞ୍ଚଳରେ ବାଘ ଆତଙ୍କ ଦେଖାଦେଇଛି। ବାବାଜୀମଠ ଗ୍ରାମରୁ ମିଳିଥିବା ପାଦଚିହ୍ନ ବନ ବିଭାଗ ପକ୍ଷରୁ ପରୀକ୍ଷା ପରେ ଏହା ମହାବଳ ବାଘର ପାଦ ଚିହ୍ନ ବୋଲି ସ୍ପଷ୍ଟ ହୋଇଛି। ସଂପୃକ୍ତ ଅଞ୍ଚଳରେ ବାଘ ରହିଥିବା ସ୍ପଷ୍ଟ ହେବା ପରେ ବନ ବିଭାଗ ପକ୍ଷରୁ ସଂପୃକ୍ତ ଅଞ୍ଚଳରେ ଡାକବାଜି ଯନ୍ତ୍ର ସାହାଯ୍ଯରେ ପ୍ରଚାର କରାଯାଇ ଜନସାଧାରଣଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଜନସାଧାରଣ ଜଙ୍ଗଲ ମଧ୍ଯକୁ ନଯିବା ପାଇଁ ତଥା ନିଜନିଜର ଗୃହପାଳିତ ପଶୁମାନଙ୍କୁ ନଛାଡି ଘରେ ସୁରକ୍ଷିତ ବାନ୍ଧି ରଖିବା ପାଇଁ ସତର୍କ କରାଯାଇଛି। ବାଘ ଉପରେ ନଜର ରଖିବାକୁ ଦେବଗଡ ବନଖଣ୍ଡର ବିଭିନ୍ନ ସ୍ଥାନରେ 140 ଟି ଟ୍ରାପ କ୍ୟାମେରା ଓ 70 ଗୋଟି ପଗ ଇମ୍ପ୍ରେସନ ପ୍ୟାଡ (ପିଆଇପି) ସଂଯୋଗ କରାଯାଇଛି। ଦେବଗଡ ଡିଏଫଓ ରଶ୍ମୀ ଜିଙ୍କ ନେତୃତ୍ବରେ ସ୍ବତନ୍ତ୍ର ଟିମ ବାଘର ଗତିବିଧି ଉପରେ ନଜର ରଖିଛନ୍ତି। ବାଘଟି ଛତିଶଗଡ ଅଞ୍ଚଳରୁ ଚାଲିଆସିଥିବା ବେଳେ ଉତ୍ତର ଦିଗରୁ ଦକ୍ଷିଣ ଦିଗ ଆଡକୁ ଯାଉଥିବା ସୂଚନା ମିଳିଛି। ପୂର୍ବରୁ ବାଘଟି ବାରକୋଟ ରେଞ୍ଜ ଅନ୍ତର୍ଗତ କଣ୍ଟାପାଲି ଓ ଦେବଗଡ ରେଞ୍ଜ ଅନ୍ତର୍ଗତ ଲଇମୁରା ବିଟ ଅଞ୍ଚଳରେ ରହିଥିବା ସୂଚନା ମିଳିଥିଲା। ଚଳିତ ମାସ ପ୍ରଥମାର୍ଦ୍ଧରେ ବାଘଟି ଦେବଗଡ ଓ ବଣେଇ ସୀମାଞ୍ଚଳ ରେ ବୁଲୁଥିବା ବେଳେ ପାଦ ଚିହ୍ନ ମିଳିଥିଲା। ଜଙ୍ଗଲ ବିଭାଗ ପକ୍ଷରୁ ସଂପୃକ୍ତ ଅଞ୍ଚଳରେ ସତର୍କ ଦୃଷ୍ଟି ରଖାଯାଇଛି।


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *