
BALASORE-ନିଜ ଘର ସାମ୍ନାରେ ଜଣେ ଗହଣା ଦୋକାନୀଙ୍କୁ ଭୁଜାଲିରେ ହାଣି ପାଖାପାଖି ଏକ କୋଟି ଟଙ୍କାର ଅଳଙ୍କାର ଲୁଟିଲେ ଦୃବୁର୍ତ୍ତ | ମିଳିଥିବା ସୂଚନା ଅନୁଯାଇ ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ମାର୍କୋଣା ବଜାରରେ ରିଆ ଗ୍ରାମର ପ୍ରଦୀପ ସାହୁ ବାବାମଣି ଜୁଏଲାରୀ ନାମକ ଏକ ଗହଣା ଦୋକାନ କରିଛନ୍ତି | ଗତକାଲି ରାତିରେ ସେ ଦୋକାନ ବନ୍ଦ କରି ଅଳଂକାର ଭର୍ତ୍ତି ବ୍ୟାଗକୁ ନେଇ ଏକ କାରରେ ନିଜ ଘରକୁ ଫେରିଥିଲେ | ଆଉ ନିଜ ଘର ସମ୍ମୁଖରେ କାରରୁ ଅଳଙ୍କାର ବ୍ୟାଗ ଧରି ଓଲ୍ଲାଉଥିବା ବେଳେ ଏକ କାର ଓ ବାଇକରେ କିଛି ଦୃବୁର୍ତ୍ତ ଆସି ତାଙ୍କ ହାତକୁ ଭୁଜାଲିରେ ହାଣି ଅଳଙ୍କାର ଭର୍ତ୍ତି ବ୍ୟାଗକୁ ଲୁଟିନେଇ ଚମ୍ପଟ ମାରିଲେ | ଦୃବୁର୍ତ୍ତ ମାନେ ଲୁଟିନେଇ ଥିବା ବ୍ୟାଗ ଭିତରେ 800ଗ୍ରାମ ଓଜନର ସୁନା ଅଳଙ୍କାର ସହିତ ରୂପା ଅଳଙ୍କାର ରହିଥିଲା | ତେବେ ହୁଏତ ଦୋକାନର ମାଲିକ ପ୍ରଦୀପ ସାହୁ ନିଜ ଘରକୁ ଫେରୁଥିବା ସମୟରେ ଦୃବୁର୍ତ୍ତ ମାନେ ତାଙ୍କ ପିଛା କରି ଆସିଥିଲେ ଆଉ ଘର ସାମ୍ନାରେ ସେ କାରରୁ ଓଲ୍ଲାଉଥିବା ବେଳେ ଦୃବୁର୍ତ୍ତ ମାନେ ତାଙ୍କୁ ଭୁଜାଲିରେ ହାଣି ଅଳଙ୍କାର ଭର୍ତ୍ତି ବ୍ୟାଗ ଲୁଟିନେଇ ପଳାଇଛନ୍ତି | ତେଣୁ ଦୃବୁର୍ତ୍ତଙ୍କ ଭୁଜାଲି ମାଡ଼ରେ ଗୁରୁତ୍ତର ହୋଇଥିବା ଜୁଏଲାରୀ ମାଲିକ ମେଡିକାଲରେ ଚିକିତ୍ସିତ ହେଉଛନ୍ତି | ସେପଟେ ଲୁଟ ସମ୍ପର୍କରେ ଅଭିଯୋଗ ପାଇବା ପରେ ସିମୁଳିଆ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି |

