ସ୍ୱାମୀ ନା ସୈତାନ

ସ୍ୱାମୀ ନା ସୈତାନ

Share with people

ସାବିତ୍ରୀ ରାତିରେ ସ୍ୱାମୀ ସାଜିଲା ସୈତାନ। ଗର୍ଭବତୀ ସ୍ତ୍ରୀ କୁ ରାସ୍ତା ପାଖରେ ଛାଡି ମାରିଲା ଚମ୍ପଟ। ଆଉ ଗୁରୁତର ଅବସ୍ଥାରେ ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିଲେ ଗ୍ରାମର ମହିଳା। ଏଭଳି ଘଟଣା ସାମ୍ନାକୁ ଆସିଛି ଉଦଳା ଥାନା ଦରିପାଳ ଗ୍ରାମରୁ।

ଗର୍ଭବତୀ ସ୍ତ୍ରୀ କୁ ରାସ୍ତାରେ ଛାଡ଼ିଦେଲା ସ୍ୱାମୀ

ସାବିତ୍ରୀ ରାତିରେ ସ୍ୱାମୀ ସାଜିଲା ସୈତାନ। ଗର୍ଭବତୀ ସ୍ତ୍ରୀ କୁ ରାସ୍ତା ପାଖରେ ଛାଡି ମାରିଲା ଚମ୍ପଟ। ଆଉ ଗୁରୁତର ଅବସ୍ଥାରେ ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିଲେ ଗ୍ରାମର ମହିଳା। ଏଭଳି ଘଟଣା ସାମ୍ନାକୁ ଆସିଛି ଉଦଳା ଥାନା ଦରିପାଳ ଗ୍ରାମରୁ। ବାଲେଶ୍ୱର ଜିଲ୍ଲା ତେନ୍ତୁଳିଆ ଅଞ୍ଚଳର ସୁବ୍ରତ ଦାସ ତାଙ୍କ ୫ ମାସର ଗର୍ଭବତୀ ସ୍ତ୍ରୀ କଳାବତୀ ଦାସ କୁ ସାଙ୍ଗରେ ଧରି ଶ୍ୱଶୁର ଘର ଉଦଳା ଥାନା କୁଟଲିଂ ଗ୍ରାମକୁ ଆସୁଥିଲେ। ହେଲେ ଅଧା ରାସ୍ତାରେ କଣ ହେଲା କେଜାଣି ଗର୍ଭବତୀ ସ୍ତ୍ରୀ କୁ ଦରିପାଳ ଗ୍ରାମ ନିକଟରେ ବିଚ ରାସ୍ତାରେ ଏକୁଟିଆ ଛାଡି ଫେରାର ହୋଇଯାଇଥିଲା ସ୍ୱାମୀ ସୁବ୍ରତ। ତେବେ ଦୀର୍ଘ ସମୟ ଧରି ସନ୍ଧ୍ୟାରେ ଅନ୍ଧାରରେ ରାସ୍ତାରେ ପାର୍ଶ୍ଵରେ ଗର୍ଭବତୀ କଳାବତୀ ପଡି ରହିଥିବା ବେଳେ ତାଙ୍କ ଅବସ୍ଥା ଗୁରୁତର ହୋଇଥିଲା। ହେଲେ ଦରିପାଳ ଗ୍ରାମର ମହିଳା ସୁମିତ୍ରା ନାଏକ ସାଜିଲେ ଦେବଦୂତ। ଗୁରୁତର ଅବସ୍ଥାରେ ପଡ଼ିଥିବା କଳାବତୀଙ୍କୁ ଆଣି ନିଜ ଘରେ ରଖିବା ସହିତ ଆମ୍ବୁଲାନ୍ସକୁ ଡକାଇଥିଲେ। ଆମ୍ବୁଲାନ୍ସ ର ଡ୍ରାଇଭର ଏବଂ ସୁମିତ୍ରା ମିଶି ଗର୍ଭବତୀ କଳାବତୀଙ୍କୁ ଗୁରୁତର ଅବସ୍ଥାରେ ଉଦଳା ମେଡିକାଲରେ ଭର୍ତ୍ତି କରିଥିବା ବେଳେ ଅବସ୍ଥା ସଂକଟାପନ୍ନ ରହିଛି। ସେପଟେ ଦରିପାଳ ଗ୍ରାମବାସୀ ମହିଳାଙ୍କ ସ୍ୱାମୀକୁ ଖୋଜି ଆଣି ଉଦଳା ମେଡିକାଲ ପହଞ୍ଚାଇଥିଲେ।

ରିପୋର୍ଟ – ବସନ୍ତ ବେହେରା


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *