କାର ଓ ବାଇକ ଧକ୍କାରେ-ବାଇକ ଚାଲକ ଗୁରୁତର l

କାର ଓ ବାଇକ ଧକ୍କାରେ-ବାଇକ ଚାଲକ ଗୁରୁତର l

Share with people

ସମ୍ବଲପୁର କଟକ ୫୫ ନଂ ଜାତୀୟ ରାଜରାସ୍ତା ଚାରମାଳ ଛକ ନିକଟରେ ସକାଳ 9 ଟା ସମୟରେ ଏକ ମର୍ମନ୍ତୁଦ କାର୍ ଦୁର୍ଘଟଣାରେ ଜଣେ ବାଇକ୍ ଆରୋହୀ ଗୁରୁତର ହୋଇ ପ୍ରଥମେ ଚାରମାଳ ଡାକ୍ତରଖାନାରେ ଚିକିଶ୍ଚିତ ହୋଇଥିଲେ ଅବସ୍ତା ଗୁରୁତର ହେବାରୁ ବୁର୍ଲା ସ୍ଥାନାନ୍ତର ହୋଇଛନ୍ତି । ଗୁରୁତର ଆହତ ହୋଇଥିବା ବ୍ୟକ୍ତି ଜଣକ ହେଲେ ଚାରମାଳ ସ୍ଥିତ ସୋମନାଥ ଦାସ ବୟସ(୫0 ) । ସୂଚନାଯୋଗ୍ୟ ଯେ ସୋମନାଥ କୌଣସି ଏକ କାମରେ ବାଇକ୍ ଯୋଗେ ଘରୁ ବାହାରି କାମ ସାରି ଫେରୁଥିବା ସମୟରେ ଚାରମାଳ ସ୍ଥିତ ଏନ୍ ଏଚ୍ ୫୫ରାଜରାସ୍ତା ପଞ୍ଚାୟତ ଛକ ନିକଟରେ ଛତିଶଗଡ ରୁ ପୁରି ଅଭିମୁଖେ ଯାଉଥିବା ଏକ କାର ବାଇକ୍ କୁ ଧକ୍କା ଦେଇଥିଲା ଫଳରେ ବାଇକ୍ ଚୁରମାର୍ ହେବା ସହିତ ଆରୋହୀ ଜଣଙ୍କର 2 ଗୋଡ଼ରେ ଓ ହାତରେ ମାଡହେବା ଯୋଗୁଁ ଗୋଡ଼ ହାତ ଭାଙ୍ଗି ଯାଇଥିବା ସୂଚନା ମିଳିଛି । ସେପଟେ କାର୍ ଟି ମଧ୍ୟ ମାଡହୋଇ ଭାଙ୍ଗି ଚୁରମାର୍ ହୋଇଯାଇଥିବା ବେଳେ କାର ରେ ଥିବା ଲୋକଙ୍କ ବିଶେଷ କିଛି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି । ଅନ୍ୟପଟେ ଏହି ଜାଗାରେ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ଏଠାରେ ଏକ ପୋଲିସ ମୁତୟନ ସହ ରାସ୍ତା ଏକ ପାର୍ଶ୍ବରେ ସ୍କୁଲ, କଲେଜ, ପଞ୍ଚାୟତ, ମନ୍ଦିର ଏପରିକି ପ୍ରାୟତଃ ସରକାରୀ କାର୍ଯ୍ୟାଳୟ ଥିବାରୁ ଏଠାରେ ଏକ ହମ୍ପସ୍ ସହ ସିଗନାଲ୍ ଓ ଟ୍ରାଫିକ ପୋଲିସ ମୁତାୟନ ପାଇଁ ଗାଁ ବାସୀ ଦାବି କରିଛନ୍ତି।

[ ରିପୋର୍ଟ- ବିନୋଦ କୁମାର ସେଠୀ ]


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *