
SAMBALPUR – ସମ୍ବଲପୁରରେ ବ୍ରାଉନ ସୁଗର କାରାବାର ନେଇ ପୁଣି ପୋଲିସର ବଡ ଧରଣ ଚଢାଉ l ଗତକାଲି ଓ ଆଜି ମଧ୍ୟରେ ଧନୁପାଲି ପୋଲିସ 2 ଟି ସ୍ଥାନରୁ 30.9 ଗ୍ରାମ ବ୍ରାଉନ ସୁଗର ଜବତ ସହ 3 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି l ଧନୁପାଲି ଥାନା ଅଂଚଳର କୁମ୍ଭାରପଡାରେ ବିନୋଦ ବାଦୀ ଓ ବିନୋଦ ଟୋପୋ ବ୍ରାଉନ ସୁଗର ବିକ୍ରି କରୁଥିବା ସମୟରେ ଧନୁପାଲି ପୋଲିସ ଗିରଫ କରି14.51 ଗ୍ରାମ ବ୍ରାଉନ ସୁଗର ଜବତ କରିଥିଲା l ସେହିପରି ଦୂରଦର୍ଶନ କେନ୍ଦ୍ର ନିକଟରେ ଅରମାନ ଖାନ ବ୍ରାଉନ ସୁଗାର ବିକ୍ରି କରୁଥିବା ସମୟରେ ଗିରଫ କରିବା ସହ 15.58 ଗ୍ରାମ ବ୍ରାଉନ ସୁଗର ଓ ଏକ ଛୁରୀ ଜବତ କରିଛି ପୋଲିସ l ଗିରଫ ଅଭିଯୁକ୍ତ ମାନଙ୍କୁ ଆଜି ଧନୁପାଲି ପୋଲିସ କୋର୍ଟ ଚାଲାଣ କରିଥିବା ସୂଚନା ମିଲିଛି l ତେବେ ଅରମାନ ଖାନ ନାଁରେ ପୂର୍ବରୁ ମଧ୍ୟ 31 ଟି ମାମଲା ଥିବା ବେଳେ ସେ ଜଣେ ପେସାଦାର ଅପରାଧୀ ଥିବା ଜଣାପଡିଛି l ସମ୍ବଲପୁର ସହରକୁ ନିଶାମୁକ୍ତ ରଖିବା ପାଇଁ ସମ୍ବଲପୁର ପୋଲିସ ସହର 8 ଟି ପ୍ରବେଶ ପଥ ଓ ସନ୍ଦେହ ଅଂଚଳରେ ଯାଂଚ କରୁଥିବା ସଦର ଏସଡିପିଓ ଆଜି ସୂଚନା ଦେଇଛନ୍ତି l

