ବନ ଅଧିକାରୀଙ୍କ ଘରେ ପଶିଲା ଭିଜିଲାନ୍ସ

ବନ ଅଧିକାରୀଙ୍କ ଘରେ ପଶିଲା ଭିଜିଲାନ୍ସ

Share with people

ଭିଜିଲାନ୍ସ ଜାଲରେ ଧରାପଡିଛି ପୁଣି ବଡ ମାଛ । ଆୟଠୁ ଅଧୂକ ସମ୍ପତ୍ତି ଠୁଳ ଅଭିଯୋଗରେ ରାୟଗଡ଼ା ବନଖଣ୍ଡ ଅଧୂନସ୍ଥ କାଶିପୁର ଫରେଷ୍ଟ ରେଞ୍ଜରଙ୍କ ଘରେ ପଶିଛି ଭିଜିଲାନ୍ସ । ରେଞ୍ଜର ଅନୁର୍ଯ୍ୟାମୀ ସାହୁ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ରାଜ୍ୟର ୯ ଟି ସ୍ଥାନରେ ରେଡ୍ ଚାଲିଛି । ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତି ଜୟପୁର କୋରାପୁଟଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ କାଶୀପୁର ରେଞ୍ଜର ଅନ୍ତର୍ଯ୍ୟାମୀ ସାହୁଙ୍କ କାଶିପୁର କାର୍ଯ୍ୟାଳୟ, ସରକାରୀ ଓ ବେସରକାରୀ ବାସଭବନ, ବାଲିଗୁଡା ଭଗାମୁଣ୍ଡା ସ୍ଥିତ ବାସ ଭବନ ନୟାଗଡ଼, ଶ୍ରାନିକେତା, ଭୁବନେଶ୍ବର, ଭଞ୍ଜନଗର ଓ ବ୍ରହ୍ମପୁରରେ ଏହି ରେଡ୍ ଜାରି ରହିଛି । ତାଙ୍କର ସମ୍ପର୍କୀୟଙ୍କ ଘରେ ମଧ୍ୟ ରେଡ୍ ଚାଲିଛିଥିବା ସୂଚନା ମିଳିଛି। ତେବେ ୯ ଟି ସ୍ବତନ୍ତ୍ର ଦଳ ଗଠନ କରାଯାଇ ଏକକାଳୀନ ସମସ୍ତ ସ୍ଥାନରେ ଭିଜିଲାନ୍ସ ବିଭାଗ ଚଢ଼ାଉ ଜାରି ରଖିଛି |


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *