ପୁରୀ: ଆଜି ଆନ୍ତଜାତୀୟ ବେଳାଭୂମି ସଫେଇ ଦିବସ। ପ୍ରତିବର୍ଷ ସେପ୍ଟେମ୍ବର ମାସର ତୃତୀୟ ଶନିବାର ବେଳାଭୂମି ସଫେଇ ଦିବସ ରୂପେ ପାଳନ କରାଯାଇଥାଏ । ଏହି ଅବସରରେ ପୁରୀ ଜିଲ୍ଲାର ରାଜ୍ୟ ପ୍ରଦୂଷଣ ବୋର୍ଡ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ କୋଣାର୍କ ବନଖଣ୍ଡ ଅଧିକାରୀ ନେତୃତ୍ୱରେ କୋଣାର୍କ ଚନ୍ଦ୍ରଭାଗା ବେଳାଭୂମିରେ ସଫେଇ କରାଯାଇଥିବା ବେଳେ ଏଥିରେ ବନବିଭାଗ, ସ୍ଥାନୀୟ ଅଂଚଳ ସ୍ବେଛାସେବୀ ଅନୁଷ୍ଠାନ, କୋଣାର୍କ ଆଖପାଖ ବିଦ୍ୟାଳୟର ଛାତ୍ର ଶତାଧିକ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ରାଜ୍ୟର କୋଣ ଅନୁକୋଣ ରୁ ବେଳାଭୂମିକୁ ବୁଲିବାକୁ ପର୍ଯ୍ୟଟକ ମାନେ ଆସୁଥିବା ବେଳେ ପଲିଥିନ ବ୍ୟବହାର କରୁଛନ୍ତି । ହେଲେ ବେଳାଭୂମିରେ ଫିଙ୍ଗି ପଳାଇଯିବାରୁ ସାମୁଦ୍ରିକ ଜୀବ ଏହାକୁ ଖାଇ ମୃତ୍ୟୁ ବରଣ କରୁଛନ୍ତି । ଏହାକୁ କିପରି ରୋକାଯାଇପାରିବ ସେଥିପାଇଁ ଲୋକଙ୍କୁ ଆଜି ସଚେତନତା କରାଯାଇଛି । ଛାତ୍ରଛାତ୍ରୀ ,ବୁଧିଜୀବି ଓ ସ୍ବେଛାସେବୀ ଓ ବନବିଭାଗ ସକାଳ ୭ଟାରୁ ସଫେଇ କାର୍ଯ୍ୟ ଆରମ୍ଭ କରିଥିବା ବେଳେ ଚନ୍ଦ୍ରଭାଗା ଠାରୁ ତେଲୁଗୁ ବସ୍ତିପର୍ଯ୍ୟନ୍ତ ସଫା କରି ଆମ ବେଳାଭୂମି ଆମ ଗର୍ବ ନାରାଦେବା ସହ ଦସ୍ତଖତ ଅଭିଯାନ କରିଥିଲେ ଏଥିରେ ଦେଶ ବିଦେଶର ପର୍ଯ୍ୟଟକମାନେ ଯୋଗ ଦେଇଥିଲେ ।


