ବାପାଙ୍କ ମୃତ୍ୟୁ ପରେ ଚାରି ଛୁଆଙ୍କୁ ଛାଡ଼ି ପର ପୁରୁଷକୁ ବାହା ହେଲା ମାଆ ; ମୁଲ ଲାଗି ଚଳୁଛନ୍ତି କୁନି କୁନି ପିଲା
ଅନାଥଙ୍କ ଦୁଃଖ କାହାଣୀ
ଆଜି ଆପଣ ମାନେ ଏପରି ଏକ ପରିବାର ବିଷୟରେ ଜାଣିବେ, ଯେଉଁଠି ଆଖିର ଲୁହକୁ ପିଇ ଦିନ କାଟୁଛନ୍ତି 4କୁନି ନିଷ୍ପାପ ପିଲା – ଏମାନଙ୍କ ଦୁଃଖ ଦେଖିଲେ ଆଖିରେ ଲୁହ ଆସିଯିବ I
ପାଠ ପଢିବା ପାଇଁ ବହୁତ ଇଛା କିନ୍ତୁ ସ୍କୁଲ ଯିବା ଏମାନଙ୍କ ପାଇଁ ସ୍ବପ୍ନ ପାଲଟିଛି I କାହିଁକି ନା ଖଟିଲେ ପେଟକୁ ଦାନା ମିଳିବ , ଆଉ ନଖଟିଲେ 4 ଭାଇ ଭଉଣୀଙ୍କୁ ଉପାସ ରହିବାକୁ ପଡିବ I ଯେଉଁ ହାତରେ କାଲମ ରହିବା କଥା , ସେଇ ହାତରେ ଦା – ଯେଉଁଠି ଖାତା ବହି ଧରି ସ୍କୁଲ ଯିବା କଥା ସେହି ସମୟରେ କୋଳରେ ପିଲାକୁ ଧରି ଘର ସମ୍ଭାଳୁଛନ୍ତି ଏମାନେ I

ଏହି ହୃଦୟ ବିଦାରକ ଘଟଣା ହେଉଛି ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଅନ୍ତର୍ଗତ କେଶଡିହା ପଞ୍ଚାୟତର ଚାନ୍ଦିଖୋମନ ଗ୍ରାମରେ ଥିବା 6 ନଂ ୱାର୍ଡ ର ଘଟଣା I ତେବେ ଏହି ପିଲାମାନଙ୍କ ବାପା କୁଆର ବାସ୍କେଙ୍କର ଦୁଇବର୍ଷ ତଳେ ମୃତ୍ୟୁ ହୋଇଥିବା ବେଳେ , ମା ରିଣ୍ଟି ବାସ୍କେ ବାହାରକୁ କାମ କରିବାକୁ ଯାଇ ଅନ୍ୟ ଜଣେ ପୁରୁଷ ସହ ସଂସାର କରୁଛି I ଫଳରେ ଅନାଥ ହୋଯାଇଛନ୍ତି ଏହି 4 ନିଷ୍ପାପ ପିଲା I ଏମାନେ ସମସ୍ତେ 14 ବର୍ଷରୁ କାମ ବୟସର କୁନ୍ତୁ ଗୁଜୁରାଣ ମେଣ୍ଟାଇବା ପାଇଁ ହାତରେ ଡା ଧରି ମୁଣ୍ଡରେ ବିଡ଼ା ବୋହି ପର ଘରେ ମୂଲ ଲାଗୁଛନ୍ତି I ଏମାନଙ୍କ ଦୁଃଖ କଷ୍ଟ ଆଉ ସମସ୍ୟାକୁ ସମସ୍ତଙ୍କ ସାମ୍ନାକୁ ଆଣିବା ପାଇଁ GROUND ZEROରେ ପହଂଚିଛନ୍ତି ଆମ ରିପୋର୍ଟର ଜଗଦୀଶ ମୁର୍ମୁ –

ତେବେ ଏହି ପିଲାଙ୍କ ଦୁଃଖ ଜାଣି ଯଦି ଅନ୍ୟମାନଙ୍କ ମନରେ ଦରଦ ଆସୁଛି ତାହେଲେ ଗୋଟେ ମା କିପରି ଏହି ବାପା ଛେଉଣ୍ଡ ପିଲାଙ୍କୁ ବଳି ପକାଇ ନିଜ ସୁଖ ଲାଳସା ପାଇଁ ସ୍ୱାର୍ଥପର ହୋଇଗଲା ତାହା ସହଜରେ ଗ୍ରହଣ କରିହେଉନି I ସେପଟେ ପିଲାମାନେ ଅସହାୟ ହୋଇ ଛାତି ଭିତରେ ଏତେ କଷ୍ଟ ଚାପି ରଖିଛନ୍ତି ଯେ ପାଟିରୁ କଥା ବାହାରୁନି ଖାଲି ଆଖିରୁ ଛାତିଫଟା ଫଟା ଲୁହ ବହି ଚାଲିଛି I
ତେବେ ସରକାର କଣ ଆଉ ସରକାରୀ ସହାୟତା କଣ ଏମାନେ ଜାଣି ନାହାନ୍ତି I ଲୁଣ ପଖାଳ ଖାଇ ଏମାନଙ୍କ ଦିନ କାଟୁଛି ଆଉ କକାଙ୍କ ପିଣ୍ଡାରେ ରାତି ବିତୁଛି I ଏପରି ସ୍ଥିତିରେ ଏମାନଙ୍କୁ କିଏ ସାହା ହେବ ? ଏମାନଙ୍କ ଭବିଷ୍ୟତ ପାଇଁ ସରକାର କେଉଁ ପଦକ୍ଷେପ ନେବେ ତାହା ହିଁ ଦେଖିବାକୁ ଅପେକ୍ଷା I
