49 ନଂ ଜାତୀୟ ରାଜପଥରେ ଅଟକି ରହିଛି ଶହ ଶହ ଗାଡ଼ି |

49 ନଂ ଜାତୀୟ ରାଜପଥରେ ଅଟକି ରହିଛି ଶହ ଶହ ଗାଡ଼ି |

Share with people

49 ନଂ ଜାତୀୟ ରାଜପଥରେ କେଉଁଠି ପିଚୁ ଉଠି ମେଟାଲ ଦେଖା ଯାଉଛି ତ, ଆଉ କେଉଁଠି ଆଣ୍ଠୁଏ ଲେଖାଏଁ କୃତ୍ରିମ ଗର୍ଭସୃଷ୍ଟି ହୋଇଛି । ଫଳରେ ରାସ୍ତାରେ ଗାଡି ଗୁଡିକ ଖରାପ ହୋଇପଡି ରହିବା ଫଳରେ ଦୀର୍ଘ ୪ ଦିନରୁ ଉର୍ଦ୍ଧ୍ବ ସମୟ ଧରି ରାସ୍ତାର ଉଭୟ ପାର୍ଶ୍ବରେ ଗାଡି ଜାମ୍ ରହୁଛି ।

ଘାଟିରେ ଟ୍ରାଫିକ ଜାମ ଯୋଗୁଁ ହନ୍ତସନ୍ତ ଯାତ୍ରୀ

ରାସ୍ତା ହେଉଛି କୌଣସି ସ୍ଥାନର ଆର୍ଥିକ ଏବଂ ସାମାଜିକ ବିକାଶର ମୁଖ୍ୟ ବାହକ । ତେଣୁ ଯାତାୟତ ପାଇଁ ଭଲ ଓ ପ୍ରଶସ୍ର ରାସ୍ତା ଏକ ଆବଶ୍ୟକ‌ତା । ମାତ୍ର ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଦେଇ ମୁମ୍ବଇରୁ କୋଲକାତା ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର ଦ୍ବାରଶୁଣୀ ଘାଟି ରାସ୍ତା ଏବେ ଯାତାୟାତ ଲାଗି ସମସ୍ୟା ସୃଷ୍ଟି କରିଛି। ଅଣଓସାରିଆ ଓ ଖାଲଖମାରେ ଭର୍ତ୍ତି ଏହି ରାସ୍ତା । ତେବେ ପ୍ରତି ଦିନ ଯେଉଁଭଳି ଟ୍ରାଫିକ୍ ଜାମ୍ ରହୁଛି, ତାହା ଯାତ୍ରୀଙ୍କ ଲାଗି ତୀବ୍ର ଅସନ୍ତୋଷ ସୃଷ୍ଟି ହେଉଛି। ବିଭାଗୀୟ କର୍ତ୍ତୃପକ୍ଷଙ୍କ ଉଦାସୀନତା ପାଇଁ ଦ୍ବାରଶୁଣୀ ଘାଟି ରାସ୍ତାରେ ଦୁର୍ଘଟଣା ବଢିବାରେ ଲାଗିଛି। ପ୍ରତ୍ୟେହ ଏହି ରାସ୍ତାଦେଇ ବମ୍ବେ, ନାସିକ, ଗୁଜୁରାଟ, କଲିକତା ମଧ୍ଯରେ ଟନ୍ ଟନ୍ ମାଲ ବୋଝେଇ ହୋଇ ଶହ ଶହ ଟ୍ରକ ଚାଲୁଛି। ସେହିପରି ରାଉରକେଲା, ଟାଟା, ଭୁବନେଶ୍ବର, କଲିକତା ଆଦି ସମ୍ବଲପୁର, ଅଂଚଳକୁ ଯାତ୍ରୀବାହୀ ଯାନ ସମେତ ହଜାର ହଜାର ଛୋଟ ବଡ଼ ଯାନ ଅହରହ ଛାଳୁଛି । ତେଣୁ ଗମନାଗମନ ଦୃଷ୍ଟି ରୁ 49 ନଂ ଜାତୀୟ ରାଜପଥ ଏକ ଜୀବନ ରେଖା ପାଲଟିଛି ।

ତେବେ ବାଙ୍ଗରିପୋଷି ଠାରୁ ବିଶୋଇ ୧୩ କିଲୋମିଟର ପର୍ଯ୍ୟନ୍ତ ପ୍ରତିଦିନ ଜାମ ରହୁଥିବା ବେଳେ ଶହ ଶହ ଗାଡି ମଟର ଅଟକି ରହୁଥଥିବା ବେଳେ ଲୋକଙ୍କ ଯାତାୟାତରେ ବାଧାପ୍ରାପ୍ତ ହେଉଛି । ତେବେ ଜାତୀୟ ରାଜପଥ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନଜର ପଡୁ ନଥିବାରୁ ଏବେ କିଛି ମାସ ହେବ ଘାଟି ରାସ୍ତାଟି ଅତ୍ୟନ୍ତ ଅବହେଳିତ ହୋଇପଡିଛି। କେଉଁଠି ପିଚୁ ଉଠି ମେଟାଲ ଦେଖା ଯାଉଛି ତ, ଆଉ କେଉଁଠି ଆଣ୍ଠୁଏ ଲେଖାଏଁ କୃତ୍ରିମ ଗର୍ଭସୃଷ୍ଟି ହୋଇଛି । ଫଳରେ ରାସ୍ତାରେ ଗାଡି ଗୁଡିକ ଖରାପ ହୋଇପଡି ରହିବା ଫଳରେ ଦୀର୍ଘ ୪ ଦିନରୁ ଉର୍ଦ୍ଧ୍ବ ସମୟ ଧରି ରାସ୍ତାର ଉଭୟ ପାର୍ଶ୍ବରେ ଗାଡି ଜାମ୍ ରହୁଛି। ପଥଚାରୀ ନାହିଁ ନଥୁବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପରିକି ଆମ୍ବୁଲାନ୍ସ ଗୁଡିକ ବି ରୋଗୀ ସହ ଘଣ୍ଟା ଘଣ୍ଟା ଧରି ଏହି ଭିଡ଼ରେ ଫସି ରହୁଛନ୍ତି। ରାତ୍ରୀ ଅନ୍ଧକାର ସମୟରେ ଅଜଣା ଆରୋହୀ ଦୁର୍ଘଟଣା ଗ୍ରସ୍ତ ହେଉଛନ୍ତି। ତେବେ ଜନସାଧାରଣଙ୍କର ସୁରକ୍ଷାକୁ ଦୃଷ୍ଟିରେ ରଖୀ ତୁରନ୍ତି ଏହି 49 ନଂ ଜାତୀୟ ରାଜପଥ ମରାମତି କରିବା ଦିଗରେ ଦାବି ହେଉଛି । ନଚେତ୍ ଆଗକୁ ପୁଣି ଜନସାଧାରଣ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।ଅନ୍ୟ ପୋଟେ ନେତା ମନ୍ତ୍ରୀ ଆସି ଲୋକଙ୍କୁ ଭକୁଆ ବନେଇ କ‌ହୁଛନ୍ତି ଖୁବଶୀଘ୍ର ସମାଧାନ ହେବ ହେଲେ ସବୁ ପାଣିର ଗାର |


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *