ଚିନ୍ତାମଣି ବିଦ୍ୟାପିଠରେ ଅବଶର କାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ।

ଚିନ୍ତାମଣି ବିଦ୍ୟାପିଠରେ ଅବଶର କାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ।

Share with people

ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ମାଇଛେଳି ପଞ୍ଚାୟତ ରେ ଥିବା ଚିନ୍ତାମଣି ବିଦ୍ୟାପୀଠ , ସମ୍ପଡା ପରିସରରେ ପୁରାତନ ଛାତ୍ର ସଂସଦ ତରଫରୁ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ମାଇଛେଳି ପଞ୍ଚାୟତ ରେ ଥିବା ଚିନ୍ତାମଣି ବିଦ୍ୟାପୀଠ , ସମ୍ପଡା ପରିସରରେ ପୁରାତନ ଛାତ୍ର ସଂସଦ ତରଫରୁ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ପୁରାତନ ଛାତ୍ର ସଂସଦ ର ସଭାପତି ଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ନୂଆଗାଁ ପଞ୍ଚାୟତ ସମିତି ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା , ବିଶିଷ୍ଟ ଅତିଥି ବ୍ଲକ୍ ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ସାହୁ, ମୁଖ୍ୟ ବକ୍ତା ଚିନ୍ତାମଣି ବିଦ୍ୟାପୀଠ ର ପ୍ରଧାନଶିକ୍ଷକ ଭୀମସେନ ସାହୁ,ସମ୍ମାନୀତ ଅତିଥି ଭାବେ ନୂଆଗାଁ ହାଇସ୍କୁଲ୍ ପ୍ରଧାନ ଶିକ୍ଷକ ଭୀମସେନ ଦାସ,ସି ଆର୍ ସି ସି କୈଳାଶ ନାୟକ ,ବିଜ୍ଞାନ ଶିକ୍ଷକ ବିନାୟକ ପରିଡ଼ା,ହରିହର ତ୍ରିପାଠୀ ,ହିନ୍ଦୀ ଶିକ୍ଷକ ହୃଷିକେଶ ପ୍ରଧାନ,ସଂସ୍କୃତ ଶିକ୍ଷକ ଗୋପାଳ ଚନ୍ଦ୍ର ରାୟଗୁରୁ ,କ୍ରୀଡା ଶିକ୍ଷକ ପରମାନନ୍ଦ ପରିଡ଼ା,ନୂଆଗାଁ କଲେଜ ପୂର୍ବତନ ଅଧ୍ୟକ୍ଷ ଭିକାରୀ ଚରଣ ସ୍ବାଇଁ, ଜାକେଡା ପଞ୍ଚାୟତ ହାଇସ୍କୁଲ୍ ପ୍ରଧାନ ଶିକ୍ଷୟତ୍ରୀ,ପୁରାତନ ଛାତ୍ର ସଂସଦ ସମ୍ପାଦକ ସୁଧିର କୁମାର ପ୍ରଧାନ ପ୍ରମୁଖ ଯୋଗଦେଇ ଅବସର ଗ୍ରହଣ କରିଥିବା ଶିକ୍ଷକ ପୁରୁଷୋତ୍ତମ ପରିଡ଼ା , ଶିକ୍ଷା କର୍ମଚାରୀ ଯୁଧିଷ୍ଟିର ନାୟକ ,ଚରଣ ମାର୍ଥା ଙ୍କୁ ମାନପତ୍ର , ଉପଢ଼ୌକନ ଦେଇ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ।ତତ୍ ସହିତ ସେମାନେ କିପରି ଛାତ୍ର ବତ୍ସଳ, ସମୟାନୁବର୍ତ୍ତିତା,ପରୋପକାରୀ ଥିଲା ସେ ଉପରେ ଗୁଣଗାନ କରିଥିଲେ।ଅବସର ଗ୍ରହଣ କରିଥିବା ଶିକ୍ଷକ ପୁରୁଷୋତ୍ତମ ପରିଡ଼ା ବିଦ୍ୟାଳୟରେ ଦୀର୍ଘ ୩୬ ବର୍ଷ ଚାକିରୀ କରି ନିରବଚ୍ଛିନ୍ନ ଭାବେ ଶିକ୍ଷାଦାନ କରିବା ସହ ବିଦ୍ୟାଳୟ ର ଉନ୍ନତି ପାଇଁ ପ୍ରଚେଷ୍ଟା ଜାରି ରଖିଥିଲେ ସେ ଉପରେ ପୁରାତନ ଛାତ୍ର ଛାତ୍ରୀ ଙ୍କ ସହ ଅତିଥି ମାନେ ମତବ୍ୟକ୍ତ କରିଥିଲେ।ଏହି କାର୍ଯ୍ୟକ୍ରମ କୁ ପୁରାତନ ଛାତ୍ର ଗୋଲଖ ବିହାରୀ ଗୋଚ୍ଛାୟତ ପରିଚାଳନା କରିଥିଲେ।ପରିଶେଷରେ ଚିନ୍ତାମଣି ବିଦ୍ୟାପୀଠ ପୁରାତନ ଛାତ୍ର ସଂସଦ ର ଛାତ୍ର ଛାତ୍ରୀ ଏବଂ ନୂତନ ଛାତ୍ର ଛାତ୍ରୀ ମାନେ ଏକ ଶୋଭାଯାତ୍ରା ରେ ଗ୍ରାମ ପରିକ୍ରମା କରାଇ ଅବସର ଗ୍ରହଣ କରିଥିବା ଶିକ୍ଷକ ଓ ଦୁଇଜଣ ଶିକ୍ଷା କର୍ମଚାରୀ ଙ୍କୁ ଛାଡ଼ିବା ପାଇଁ ଘର ପର୍ଯ୍ୟନ୍ତ ଯାଇଥିଲେ।ଏହି କାର୍ଯ୍ୟକ୍ରମ ରେ ପ୍ରାୟ ୫୦୦ ରୁ ଉର୍ଦ୍ଧ୍ବ ପୁରାତନ ଓ ନୂତନ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ ।


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *