OSRTC ବସ୍‌ ଗାଡିଆପଡା ଘାଟିରେ ଦୁର୍ଘଟଣାଗ୍ରସ୍ତ,କଣ୍ଡକ୍ଟର ମୃତ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ ||

OSRTC ବସ୍‌ ଗାଡିଆପଡା ଘାଟିରେ ଦୁର୍ଘଟଣାଗ୍ରସ୍ତ,କଣ୍ଡକ୍ଟର ମୃତ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ ||

Share with people

KANDHMAL-ଲାଞ୍ଜିଗଡରୁ କଟକକୁ ଯାତ୍ରା କରୁଥିବା ଯାତ୍ରୀବାହୀ ଓଆରଏସଟିସି ବସ୍‌ ଗାଡିଆପଡା ଘାଟିର ଏସ ବୁଲାନିରେ ବିଳମ୍ବିତ ରାତିରେ ଦୁର୍ଘଟଣାଗ୍ରସ୍ତ ହୋଇଛି । କଣ୍ଡକ୍ଟର ସୌମ୍ୟ ରଞ୍ଜନ ଦାସ(୨୪)ମୃତ ହୋଇଥିବା ବେଳେ ବସ ଚାଳକ ଟୁଟୁ ପ୍ରଧାନ (୩୫) ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି । ୫ ଜଣ ଯାତ୍ରୀ ଗୁରୁତର ଏବଂ ୧୦ଜଣ ଯାତ୍ରୀ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଥାନା ଅଧିକାରୀ ଚାପ ଧାରୀ ପ୍ରଧାନ ସମେତ ପୋଲିସ ବାହିନୀ ପହଞ୍ଚି ଆହତ ଏବଂ ଗୁରୁତରକୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି । ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଲାଞ୍ଜିଗଡରୁ କଟକ ଯାଉଥିବା ଓଆରଏସଟିସି ଯାତ୍ରୀବାହୀ ବସ୍‌ ନଂ OD05G0553 ଶୁକ୍ରବାର ରାତି ୧୨ଟା ବେଳେ ଖଜୁରୀପଡା ଥାନା ନିକଟସ୍ଥ ଗାଡିଆପଡା ଘାଟିର ଏସ ବୁଲାନିରେ ବ୍ରେକ ଫେଲ ହେବାରୁ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଥିଲା। ଫଳରେ ଗାଡିରୁ ବସ୍‌ କଣ୍ଡକ୍ଟର ସୌମ୍ୟରଞ୍ଜନ ଦାସ ଛିଟିକି ପଡ଼ି ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ଖବରପାଇ ଥାନା ଅଧିକାରୀ ଚାପ ଧାରୀ ପ୍ରଧାନ ସମେତ ପୋଲିସ ବାହିନୀ ଘଟଣାସ୍ଥଳରେ ପହଞ୍ଚି ୫ ଜଣ ଗୁରୁତର ଏବଂ ୧୦ ଜଣ ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ପୋଲିସ ଗାଡିରେ ନେଇ ଖଜୁରୀପଡ଼ା ମେଡିକାଲରେ ଭର୍ତ୍ତି କରିଛନ୍ତି । ସେଠାରେ ଡାକ୍ତର କଣ୍ଡକ୍ଟର ସୌମ୍ୟରଞ୍ଜନ ଦାସଙ୍କୁ ମୃତ ଘୋଷଣା କରିଥିଲେ । ମୃତକ ଜଣଙ୍କ ହେଲେ ଢେଙ୍କାନାଳ ଜିଲା କହ୍ନେଇପାଳ ଗ୍ରାମର ବୋଲି ଜଣାପଡ଼ିଛି । ଶନିବାର ସୌମ୍ୟର ମାମୁ ଅଲେଖ ପ୍ରସାଦ ଦାସ ଥାନାରେ ଏତଲା ଦେଇଛନ୍ତି। ଏ ନେଇ ଥାନାରେ ୨୩୦/୨୫ ମାମଲା ରୁଜୁ କରି ଘଟଣାର ତଦନ୍ତ ଚାଲିଥିବା ଥାନା ଅଧିକାରୀ ଚାପ ଧାରୀ ପ୍ରଧାନ ସୂଚନା ଦେଇଛନ୍ତି |


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *