ବାଇକରେ ଆସି ରାସ୍ତା ମଝିରୁ ମହିଳାଙ୍କ ବେକରୁ ସୁନା ଚେନ ଛିଣ୍ଡାଇ ନେଲେ ଦୁଇ ଦୁବୃତ୍ତ I
ବାଲେଶ୍ୱର ସଦର ଥାନାରେ ଅଭିଯୋଗ :
ପାର୍ବଣ ଆସୁ ଆସୁ ବାଲେଶ୍ୱରରେ ବଢ଼ିବାରେ ଲାଗିଛି ଛିନତାଇ I ଆଜି ମଧ୍ୟାହ୍ନ ସମୟରେ ସଦର ଥାନା ଅଞ୍ଚଳରୁ ଜଣେ ମହିଳାଙ୍କ ବେକରୁ ଦୁଇ ଜଣ ଦୁର୍ବୃତ ସୁନା ଚେନ ଛିଣ୍ଡାଇ ନେଇଥିବା ଅଭିଯୋଗ ହୋଇଛି I ମିଳିଥିବା ସୂଚନା ଅନୁଯାୟୀ , ସଦର ଥାନା ଅନ୍ତର୍ଗତ ସତ୍ୟନଗର ଅଂଚଳର ବାସିନ୍ଦା ବିନାୟକ ମହାପାତ୍ରଙ୍କ ସ୍ତ୍ରୀ ପ୍ରଣୟିନୀ ମହାପାତ୍ର ଆଜି ମଧ୍ୟାହ୍ନରେ ମାର୍କେଟରୁ ଫେରୁଥିବା ସମୟରେ ଗୀତା କଲ୍ୟାଣ ମଣ୍ଡପ ଠାରୁ କିଛି ଦୂରରେ ଦୁଇଜଣ ଦୁର୍ବୃତ ବାଇକ ରେ ଆସି ତାଙ୍କୁ ଅନାଇ ଅନାଇ ଗଲେ ପୁଣି କିଛି ସମୟ ପରେ ସେମାନେ ଫେରି ଆସି ପ୍ରଣୟିନୀଙ୍କ ବେକରୁ ସୁନା ଚେନ ଝାମ୍ପି ନେଇ ଫେରାର ମାରିଲେ I ପରେ ଏନେଇ ତାଙ୍କ ସ୍ୱାମୀ ବିନାୟକ ସଦର ଥାନାରେ ଲଖିତ ଅଭିଯୋଗ କରିଛନ୍ତି I
