ବାଲିଆପାଳ :ଘରୋଇ ଆଇଟିଆଇ କଲେଜ ର ହଷ୍ଟେଲ ଛାତ ଉପରୁ ଜନୈକା ଛାତ୍ରୀ ଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣା ରେ ଅଭିଯୁକ୍ତ ଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ଯାନୁଷ୍ଠାନ ଏବଂ ମୃତକ ଙ୍କ ପରିବାର କୁ ନ୍ଯାୟ ସମେତ କ୍ଷତିପୂରଣ ଦାବି କରି ପରିବାର ଲୋକ ଥାନା ସମ୍ମୁଖରେ ଧାରଣା, ପରିବାର ଲୋକେ

ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଆଗରେ ଧାରଣା ଦେଇଛନ୍ତି ମୃତକ ଙ୍କ ପରିବାର ଏବଂ ସମ୍ପର୍କୀୟ, ଗତ ଶୁକ୍ରବାର ରାତି ରେ ନଳବାହାର ସ୍ଥିତ ଏକ ଘରୋଇ ଆଇଟିଆଇ କଲେଜ ରେ ମୟୁରଭଞ୍ଜ ଜିଲ୍ଲା ବଡସାହି ଅଞ୍ଚଳ ର ଜନୈକା ଛାତ୍ରୀ ଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହେବା ପରେ ହତ୍ଯା ଅଭିଯୋଗ ଆଣି ଥାନା ର ଦ୍ବାରସ୍ଥ ହୋଇଥିଲେ ପରିବାର ଲୋକେ, ଉକ୍ତ ଆଇଟିଆଇ କଲେଜ ର ମାଲିକ ଙ୍କୁ ଗିରଫ ସମେତ ଝିଅ ର ମୃତ୍ଯୁ ବାବଦ କୁ 50 ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରି ଆଜି ଧାରଣା ରେ ବସିଛନ୍ତି, ସୂଚନା ଅନୁଯାୟୀ ବସ୍ତା ଥାନା ଅନ୍ତର୍ଗତ ନଳବାହାର ସ୍ଥିତ ପୁପୁଲାର ଆଇଟିଆଇ ରେ ମୟୁରଭଞ୍ଜ ଜିଲ୍ଲା ବଡ଼ସାହି ଅଞ୍ଚଳର ଶୁକୁର ମଣି ମାଝି ନାମକ ଜଣେ ଛାତ୍ରୀ ଇଲେକ୍ରିସିଆନ ବିଭାଗ ର ପ୍ରଥମ ବର୍ଷର ପ୍ରଶିକ୍ଷଣ ନେଉଥିଲେ, ମାତ୍ର ଗତ ଶୁକ୍ରବାର ରାତି ରେ ଶୁକୁରମଣି ଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହେବା ପରେ କଲେଜ କର୍ତ୍ତୁପକ୍ଷ ତାଙ୍କ ବାପା ଙ୍କୁ ଝିଅ ଆତ୍ମହତ୍ଯା କରିଛି ବୋଲି ଫୋନ କରି କହିଥିଲେ, ଖବର ପାଇ ବସ୍ତା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଜବଦ କରି ଶବ ବ୍ଯବଚ୍ଛେଦ ପାଂଇ ପଠାଇ ଘଟଣା ର ତଦନ୍ତ କରୁଛି, ଅନ୍ଯପଟେ ଛାତ୍ରୀ ଜଣଙ୍କ ର କେଉଁ କାରଣରୁ ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ହୋଇ ନଥିବା ବେଳେ ଛାତ୍ରୀ ଙ୍କ ପରିବାର ପକ୍ଷରୁ ତାଙ୍କ ଝିଅ କୁ ହତ୍ୟା କରା ଯାଇ ଆତ୍ମହତ୍ୟା ର ରୁପ ଦିଆ ଯାଉଥିବା ନେଇ ଥାନା ରେ ଅଭିଯୋଗ କରିଛନ୍ତି, ତେଣୁ ତାଙ୍କୁ ନ୍ଯାୟ ପ୍ରଦାନ ସହ ଘଟଣା ରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତ ଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ଯାନୁଷ୍ଠାନ ଏବଂ ଡାଙ୍କୁ 50 ଲକ୍ଷ ଟଙ୍କାର କ୍ଷତି ପୁରଣ ଦାବି କରିଛନ୍ତି ମୃତକଙ୍କ ପରିବାର ଲୋକେ

